Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରକାଶ ପାଇଲା ୨୦୨୬ ବର୍ଷ ପାଇଁ ସରକାରୀ ଛୁଟି ତାଲିକା

Posted on November 12, 2025

ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ତାଲିକା। ୨୦୨୬ରେ ୨୯ଟି ସରକାରୀ ଛୁଟି ରହିଛି । ଏଥିରୁ ୬ଟି ଛୁଟି ଦ୍ୱିତୀୟ ଶନିବାର ଓ ରବିବାରରେ ପଡ଼ୁଥିବାରୁ ଅଯଥାରେ ଚାଲିଯିବ। ସେହିପରି ନୂଆଖାଇ ପାଇଁ ଦୁଇ ଦିନ ଛୁଟି କରିଛନ୍ତି ସରକାର । ଏଥିସହ ୯ଟି ଇଚ୍ଛାଧୀନ ଛୁଟି ଘୋଷଣା ହୋଇଛି । ଯେଉଁଥିରୁ ସରକାରୀ କର୍ମଚାରୀ ଗୋଟିଏ ଛୁଟି ନେଇପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସରକାରୀ ଛୁଟି ତାଲିକା ପ୍ରକାଶ କରାଯାଇଛି ।

ନୂଆଖାଇ ପାଇଁ ଆସନ୍ତା ବର୍ଷ ସେପ୍ଟେମ୍ବର ୧୫ ତାରିଖ ଓ ଏହାର ପରଦିନ (୧୬ ତାରିଖ)କୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ବର୍ଷର ୨୯ ଛୁଟିରୁ ୫ଦିନ ରବିବାର ଓ ଗୋଟିଏ ଦିନ ଦ୍ୱିତୀୟ ଶନିବାର ପଡୁ଼ଛି । ଫେବ୍ରୁଆରୀ ୧୫ ତାରିଖରେ ମହା ଶିବରାତ୍ରି ଥିବା ବେଳେ ଏହି ଦିନ ରବିବାର ପଡୁ଼ଛି । ଜୁନ୍ ୧୪ରେ ପହିଲି ରଜ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୨୫ରେ କୁମାର ପୂର୍ଣ୍ଣିମା ଓ ନଭେମ୍ବର ୮ରେ ଦୀପାବଳି ଆଦି ଛୁଟି ରବିବାର ଦିନ ପଡୁ଼ଛି । ସେହିପରି ଅକ୍ଟୋବର ୧୦ରେ ମହାଳୟା ଦ୍ୱିତୀୟ ଶନିବାର ପଡୁ଼ଛି । ଫଳରେ ସରକାରୀ କର୍ମଚାରୀଙ୍କ ୬ ଦିନ ଛୁଟି ନଷ୍ଟ ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme