Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ, ମୋଟ୍ ପାସ୍ ହାର ୬୬.୫୦%

Posted on November 15, 2025

ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ପାସ୍ ହାର ୬୬.୫୦% ରହିଛି। 

ପେପର-୧ରେ ପରୀକ୍ଷା ଲାଗି ୨୯ ହଜାର ୪ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୭ ହଜାର ୫୩୩ ଜଣ ପରୀକ୍ଷା ଦେଇଥିଲେ। ଏଥିରୁ ୧୨ ହଜାର ୯୯୮ଜଣ ପାସ କରିଛନ୍ତି। ପାସ ହାର ୪୭. ୧୭% ରହିଛି। ସେହିପରି ପେପର-୨ରେ ଆବେଦନରତ ୪୬ ହଜାର ୩୩୯ଜଣ ଶିକ୍ଷକଙ୍କ ମଧ୍ୟରୁ ୪୪ ହଜାର ୮୮୦ ପରୀକ୍ଷା ଦେଇଥିଲେ। ଏଥିରୁ ୩୫ହଜାର ୧୬୫ ଜଣ ପାସ କରିଛନ୍ତି। ଏଥିରେ ପାସ ହାର ୭୮. ୩୫% ରହିଛି। ପ୍ରାର୍ଥୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି। ପାସ କରିଥିବା ଶିକ୍ଷକମାନେ ଆଜିଠାରୁ ଆସନ୍ତା ଜାନୁଆରୀ ୧୫ତାରିଖ ଯାଏ ବୋର୍ଡ ୱେବସାଇଟରୁ ଡାଉନଲୋଡ କରି ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। www.bseodisha.ac.inରେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଦେଖିପାରିବେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme