Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୋଷାକ ପାଇଁ ଅଧିକ ଟଙ୍କା ଦେବେ ସରକାର, ଉଚ୍ଚମାନର ୟୁନିଫର୍ମ ପିନ୍ଧିବେ ଅଙ୍ଗନବାଡ଼ି ପିଲା

Posted on January 27, 2026

ଅଙ୍ଗନବାଡ଼ି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ରୁ ବଢ଼ି ୧୭୫ ଟଙ୍କା ହୋଇଥିବା ବେଳେ ବାଳିକାଙ୍କ ପୋଷାକ ପାଇଁ ଖର୍ଚ୍ଚ ୧୫୦ରୁ ବଢ଼ି ୨୫୦ ଟଙ୍କା ହୋଇଥିବା ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୂଚନା ମୁତାବକ, ୩ ରୁ ୬ ବର୍ଷ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ ଡ୍ରେସ୍, ଜୋତା ଓ ମୋଜା ଏବଂ ପ୍ଲେଟରର ମୂଲ୍ୟରେ ଓଡ଼ିଶା ସରକାର ଏକ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି । କପଡ଼ାର କ୍ରମାଗତ ବର୍ଦ୍ଧିତ ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟକୁ ଦୃଷ୍ଟିରେ ରଖି ଏବଂ ଛୋଟ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ପାଇଁ ଏହି ସଂଶୋଧନ କରାଯାଇଛି। ଅନୁମୋଦିତ ନିଷ୍ପଭି ଅନୁଯାୟୀ, ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ରୁ ୧୭୫ ଟଙ୍କାକୁ ବୃଦ୍ଧି ପାଇଛି। ବାଳିକାଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଜୋତା ଓ ମୋଜା ପାଇଁ ୧୦୦ ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ସ୍ବେଟର ମୂଲ୍ୟ ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଏହି ସଂଶୋଧିତ ମୂଲ୍ୟ ୨୦୨୬-୨୭ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ଏହା ଦ୍ବାରା ରାଜ୍ୟର ୭୪,୨୨୪ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାୟ ୧୪.୭୬ ଲକ୍ଷରୁ ଅଧିକ ପ୍ରାକ୍-ବିଦ୍ୟାଳୟ ଶିଶୁ ଉପକୃତ ହେବେ । ଏହି ଅତିରିକ୍ତ ବ୍ୟୟ ବରାଦକୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme