Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପେଟ୍ରୋଲ ପମ୍ପ ପାଇଁ ମାଟି ଚୋରି, ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

Posted on December 11, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବାମ ବନ୍ଧ କେନାଲ ନଂ -୨ର ବଡ଼ଝରା ଗାଁ ନିକଟରୁ ଶହ ଶହ ଟ୍ରିପ୍ ମାଟି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଜାତୀୟ ରାଜପଥ ନଂ- ୫୩ ବଡ଼ଝରା ଗାଁ ନିକଟରେ ନିର୍ମାଣ ହେଉଥିବା ଏକ ପେଟ୍ରୋଲ ପମ୍ପ ପାଇଁ ଏହି ମାଟି ଚାଲାଣ ହୋଇଥିବା ଜଣାପଡିଛି। ରେଙ୍ଗାଳି ବାମ ପାର୍ଶ୍ୱ କେନାଲରୁ ସମ୍ପୃକ୍ତ ବ୍ୟକ୍ତିମାନେ ବେଆଇନ ଭାବେ ଦିବାଲୋକରେ ହାଇୱା ଟ୍ରକ୍ରେ ଶହ ଶହ ଟ୍ରିପ୍ ମାଟି ଚୋରି କରି ନେଉଥିବା ଅଭିଯୋଗ ହୋଇଛି।

ଢେଙ୍କାନାଳ ମାଇନିଙ୍ଗ ଅଫିସର ଚିଠି ସଂଖ୍ୟା -୨୫୩୩ ଅନୁଯାୟୀ, ବଡ଼ଝରା ଗାଁର ଜଣେ ବ୍ୟକ୍ତିଙ୍କୁ ଖାତା ନଂ -୨୭୯ ଅନୁଯାୟୀ ଦୁଇଟି ପ୍ଲଟ ଯଥାକ୍ରମେ ୫୬୯୧ ଏବଂ ୫୬୯୨ ରୁ ୩ଶହ କ୍ୟୁବିକ୍ ମିଟର ମାଟି ଉଠାଇବାକୁ ଅନୁମତି ମିଳିଛି। ମାତ୍ର, ସେହି ଚିଠିକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତି ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ଡ୍ୟାମ୍ପରୁ ନିର୍ଦ୍ୱନ୍ଦ୍ୱରେ ଶହ ଶହ ଟ୍ରିପ୍ ମାଟି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏପରିକି, ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ନିୟୋଜିତ ଠିକାସଂସ୍ଥାର ମ୍ୟାନେଜର ଖବର ସଂଗ୍ରହ କରୁଥିବା କ୍ୟାମେରାକୁ ଦେଖି ମେସିନ ଏବଂ ହାଇୱା ଟ୍ରକ୍ ଗୁଡିକୁ ନେଇ ଫେରାର ହୋଇଯାଇଥିଲେ। ପୁନଶ୍ଚ, ରାତିରେ ମଧ୍ୟ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଥିଲା।

ଏ ସମ୍ପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ, ଦାୟିତ୍ୱରେ ଥିବା ଯନ୍ତ୍ରୀ ତା୩୧ ରିଖର ଅନ୍ୟ ଏକ ଠିକାସଂସ୍ଥାର ଚିଠିକୁ ଦେଖାଇ ନିଜ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ, ଅନୁମାନ କରାଯାଉଛି ଯେ ଅଧିକାରୀ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ମାଟି ଉଠାଣ କାର୍ଯ୍ୟ ଚାଲିଥିଲା। ଏହି ସମସ୍ତ ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତୁରନ୍ତ ଏହାର ଏକ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme