Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା,୯ ମୃତ

Posted on November 16, 2025

ଅଶୁଭ ରବିବାର। ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଗ୍ୱାଲିୟରରେ ବାଲି ବୋଝେଇ ଟ୍ରାକ୍ଟର ସହିତ କାର ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜାମ୍ମୁ ଓ କାଶ୍ମୀରର ବଡଗାମରେ ଟ୍ରକ ସହ ଏକ ଗାଡି ଧକ୍କା ହୋଇ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ, ଆଜି ସକାଳ ୬ ଟା ୩୫ରେ ମଧ୍ୟପ୍ରଦେଶର ଗ୍ୱାଲିୟର-ଝାନସି ରାଜପଥର ମାଲୱା କଲେଜ ସମ୍ମୁଖରେ ଏକ ଦ୍ରୁତଗାମୀ କାର ବାଲି ବୋଝେଇ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା। ଫଳରେ କାର ଭିତରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗ୍ୱାଲିୟରର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ଉତ୍ତର ପ୍ରଦେଶର ଝାନ୍ସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାରରେ ଗ୍ୱାଲିୟର ଫେରୁଥିଲେ।ତେବେ ଦୁର୍ଘଟଣା ନେଇ ଖବର ପାଇ ପୁଲିସ ଏବଂ ସ୍ଥାନୀୟ ବାସିନ୍ଦା କାରକୁ କାଟି ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଏକ କଟର ବ୍ୟବହାର କରିଥିଲେ।ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ପ୍ରିନ୍ସ ଏବଂ ଆଦିତ୍ୟ। ଉଭୟ ଗ୍ବାଲିୟରର ଡିଡି ନଗରର ବାସିନ୍ଦା ବୋଲି ଜଣାପଡିଛି। ବାକି ତିନି ଯୁବକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ପରେ ପୁନଃସ୍ଥାପିତ ହୋଇଥିଲା। ପୁଲିସର କହିବା ଅନୁଯାୟୀ, କାରଟି ଝାନ୍ସୀରୁ ଆସୁଥିଲା। ଏହା ସିକରାଉଡା ଛକ ଅତିକ୍ରମ କରିଥିଲାବେଳେ ବାଲି ବୋଝେଇ ଏକ ଟ୍ରାକ୍ଟର ଏବଂ ଟ୍ରଲି ସାମ୍ନାକୁ ଆସିଲା। କାରଟି ଦ୍ରୁତ ଗତିରେ ଆସୁଥିଲା। ହଠାତ୍ ଟ୍ରାକ୍ଟର ଟ୍ରଲି ଦେଖାଦେବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରାକ୍ଟରରେ ଧକ୍କା ଦେଇଥିଲେ।

ସେପଟେ ଶନିବାର ଅର୍ଥାତ ଗତକାଲି ରାତିରେ ଜମ୍ମୁ ଓ କାଶ୍ମୀରର ବଡଗାମ ଜିଲ୍ଲାରେ ଏକ ଡମ୍ପର ଟ୍ରକ ସହିତ ଏକ ସ୍ପୋର୍ଟସ୍ ୟୁଟିଲିଟି ଗାଡି ଧକ୍କା ହୋଇଥିଲା । ଫଳରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି।ସେମାନେ କହିଛନ୍ତି ଯେ, ରାତି ପ୍ରାୟ ୧୦ଟା ୩୦ ସମୟରେ ବଡଗାମର ପାଲାରରେ ଏକ ଟାଟା ସୁମୋ ଗାଡି ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା।ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣା ପରେ ନଅ ଜଣଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପାଞ୍ଚ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme