Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକକୁ ଅପହରଣ ଓ ନିସ୍ତୁକ ମାଡ଼, ୭ ଗିରଫ

Posted on October 31, 2025

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ l ମାଡ଼ମାରିବାର ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ ଫେରାର ଅଛନ୍ତି l ଘଟଣାଟି ଧଉଳି ଥାନା ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି l

ସୂଚନା ମୁତାବକ, ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗାଁର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରାୟ ୨୦ ରୁ ୨୫ ଦିନ ତଳେ ଏକ ନିଛାଟିଆ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ l ପିଲାଟି ଯେତେ କାକୁତି ମିନତି କରିଥିଲେ ହେଁ ସେମାନେ ତାକୁ ଛାଡି ନଥିଲେ l ଏପରିକି ଘର ଲୋକଙ୍କୁ କହିଲେ ତୋତେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ l ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା l ମାତ୍ର ଏହି ମାଡ ମାରିବା ସମୟର ଭିଡିଓ ସେମାନଙ୍କ ମଧ୍ୟରୁ କେହି ଜଣେ ଉତ୍ତୋଳନ କରିଥିଲା l ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓ ତାଙ୍କ ମା’ଙ୍କ ନିକଟରେ ପହଞ୍ଚି ଥିଲା l ଏହାକୁ ନେଇ ସେ ତାଙ୍କ ପୁଅକୁ ଘଟଣା ବିଷୟରେ ପଚାରି ସବୁକଥା ଜାଣିବାକୁ ପାଇଲେ l ଏନେଇ ନାବାଳକଙ୍କ ମାଆ ଗୁରୁବାର ରାତିରେ ଧଉଳି ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ପୁଲିସ ତଦନ୍ତ କରି ଭିଡିଓକୁ ଆଧାର କରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିଛି l ଅନ୍ୟଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକ କହିଛନ୍ତି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme