ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡ ତଇଲା ସାହିରେ ଜଣେ ଦଶମ ଶ୍ରେଣୀର ଛାତ୍ରକୁ ହତ୍ୟା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛିl ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦନ ଖଟୁଆ (୧୫) ତାଙ୍କ ବାପା ଦୀନବନ୍ଧୁ ଖଟୁଆ କୁହନ୍ତି, ପୂର୍ବ ମୋବାଇଲଚୋରୀକୁ କେନ୍ଦ୍ର କରି ମୋ ପୁଅକୁ ପୂର୍ବରୁ ମରଣାତ୍ମକ ଆକ୍ରମଣ କରିଥିଲେ l ପୁଅକୁ କଟକ ବଡ ମେଡିକାଲରେ ଭଲ କରି ଆଣିଥିଲି l ୧୫ୂ ଦିନ ତଳେ ଆମ ପରିବାରକୁ ଧମକ ଦେଇଥିଲେ ମୋ ପୁଅକୁ ମାରିଦେବେ ବୋଲି l ଆଜି ସକାଳେ ସେଇ ସାହିର ପଞ୍ଚୁ ବେହେରାଙ୍କ ସ୍ତ୍ରୀ ପବିନି ବେହେରା ମୋ ପୁଅକୁ ଘରୁ ଡାକି ନେଇଥିଲା l ତା ଘରେ ପୁଅର ଚପଲ ପଡ଼ିଥିବା ବେଳେ ଘର ପାଖ କାଜୁ ବଣରେ ମୋ ପୁଅକୁ ଗାମୁଛାରେ ମାରି ଓଳାଇ ଦେଇଛନ୍ତିl ପଞ୍ଚୁ ସାଥିରେ ଅନ୍ୟ ୨/୩ ଜଣ ସାମିଲ ଥିବା କହିଛନ୍ତି l ଖବର ପାଇ ପର୍ଜଙ୍ଗ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି l
