Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଲିସକୁ ବଡ ସଫଳତା;୨ ଦାମୀ କାର୍ ସହ ୭୫ କିଲୋ ଗଞ୍ଜେଇ ଜବତ, ଚାରି ଗିରଫ

Posted on January 14, 2026

ଫିରିଙ୍ଗିଆ ପୁଲିସକୁ ବଡ ସଫଳତା। ଦୁଇ ଦାମୀ କାର ସହ ୭୫ କିଲୋ ଗଞ୍ଜେଇ ଜବତ।  ୪ ଜଣଙ୍କୁ ଗିରଫ କରିଛି ପୁଲିସ । ଗଞ୍ଜେଇ କାରବାର ପାଲଟିଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ଚାଲିଛି ଗଞ୍ଜେଇ କାରବାର । ବିଗତ ମାସେ ଧରି ଫିରିଙ୍ଗିଆ ପୁଲିସ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛକୁ ଅପରେସନ ନିଳ ଜହର ଅଭିଯାନରେ ନଷ୍ଟ କରିଛି। ହେଲେ ଥାନା ଅଞ୍ଚଳର କିଛି ଗଞ୍ଜେଇ ମାଫିଆ ପୁଲିସର କଡା ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଚ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ବାହାର ଜିଲ୍ଲାକୁ ଚାଲାଣ କରିବାରେ ଲାଗିଛନ୍ତି । ତେବେ ଦୀର୍ଘଦିନ ପରେ ଫିରିଙ୍ଗିଆ ପୁଲିସ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । 

ତେବେ କାରରେ ଗଞ୍ଜେଇ ଚାଲାଣ ହେଉଥ‌ିବା ନେଇ ପୁଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା।  ଖବରପାଇ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇଙ୍କ ସହ ଏକ ଟିମ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ କାଳିଆ ସାହି ପେଟ୍ରୋଲ ପମ୍ପ ନିକଟରେ ଛକି ରହିଥିଲା । ଦ୍ରୁତ ଗତିରେ ଆସୁଥିବା ୨ଟି କାରରୁ ଅଟକାଇଥିଲା ପୁଲିସ । ଏହାପରେ ଗାଡିକୁ ଯାଞ୍ଚ କରି ସେଥିରୁ  ପୁଳାପୁଳା ଗଞ୍ଜେଇ ବାହାର କରାଯାଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ଅଭିଯୁକ୍ତମାନଙ୍କ ମଧ୍ୟରେ ତିନିଜଣ ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଞ୍ଚାୟତ ବକାପାଲି ଗାଁର ପିଙ୍କୁ ଦିଗାଳ, ଚିଣ୍ଟୁ ଦିଗାଳ ଓ ସାନନ୍ଦ ଦିଗାଳ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ବାଲିପଦର ଗାଁର ଆଶିଷ ଦିଗାଳ ବୋଲି ଜଣାପଡିଛି। ପୁଲିସର ସୂଚନା ଅନୁସାରେ, ଫିରିଙ୍ଗିଆ ଥାନା ବନ୍ଧଗଡ଼ ଅଂଚଳରୁ ରାଜଧାନୀ ଭୁବନେଶ୍ବରକୁ ଦୁଇଟି ଚାଲାଣ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme