
ଏଣିକି ନିଶା ମାଫିଆଙ୍କୁ କ୍ଷମା ନାହିଁ। ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୁଲିସ । ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର । ସୂଚନା ମୁତାବକ, ଗତ ୪ ତାରିଖରେ ନିଶା ବ୍ୟବସାୟୀ ଟିକି ଖାଁର ଶାଶୁ ସୁକାନ୍ତି ପଣ୍ଡାର ନୀଳଚକ୍ର ନଗରରେ ଥିବା ୪ଟି ଘର ଉପରେ ବୁଲଡୋଜର ବୁଲିଥିଲା । ଆଜି ପୁଣିଥରେ ଅର୍ଥାତ ମଙ୍ଗଳବାର ସୁକାନ୍ତି ପଣ୍ଡାର ଜ୍ବାଇଁ ଟିକି ଖାଁର ଘର ଉପରେ ପୁଲିସ ବୁଲଡୋଜର ବୁଲାଇଛି । ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ସରକାରୀ ଜମି ଉପରେ ଥିବା ୨ଟି ଘର ଏବଂ ହୁଳହୁଳିଆ ପୋଲ ନିକଟରେ ଥିବା ୧ ଘର ଉପରେ ବୁଲଡୋଜର ବୁଲିଛି ।ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆକ୍ସନ ନିଆଯାଇଥିବା ବେଳେ ସଦର ଥାନା ଅଧିକାରୀଙ୍କ ସହିତ ଦୁଇ ପ୍ଲାଟୁନ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଥିବା ଜଣାପଡିଛି।
