Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ବିଷ ଓଗାଳିଲେ ପାକିସ୍ତାନୀ ରାଷ୍ଟ୍ରଦୂତ, ‘କାଶ୍ମୀର ନା କେବେ ଭାରତର ଥିଲା ନା ହେବ’…

Posted on December 17, 2025

ଜାତିସଂଘର ସୁରକ୍ଷା ପରିଷଦ (UNSC) ଭାରତ ଓ ପାକିସ୍ତାନ ଭିତରେ ରଣଭୂମି ପାଲଟିବାରେ ଲାଗିଛି। ଜମ୍ମୁ-କଶ୍ମୀରକୁ ନେଇ ଭାରତ ଉପରେ ଗମ୍ଭୀର ଅଭିଯୋଗ ଆଣିଛି ପାକିସ୍ତାନ। ଦିନକ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ପାକିସ୍ତାନକୁ ଆତଙ୍କବାଦ ସୃଷ୍ଟି କରିଥିବା ଯୋଗୁଁ କଡା ଭର୍ତ୍ସନା କରିଥିଲେ। ଏହାର ଜବାବ୍‌ରେ ପାକିସ୍ତାନ UNSC ମିଶନ୍‌ର କାଉସିଲର ଓ ପଲିଟିକାଲ କୋ-ଅର୍ଡିନେଟ୍ ଗୁଲ୍ କେସର ସରଭାନୀ କହିଛନ୍ତି, କାଶ୍ମୀର ନା କେବେ ଭାରତର ଅଂଶ ଥିଲା ନା କେବେ ହେବ।’

ସରୱାନି ଦାବି କରିଥିଲେ ଯେ ଜମ୍ମୁ ଏବଂ କାଶ୍ମୀର ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ବିବାଦୀୟ ଅଞ୍ଚଳ ଏବଂ ଏହା କେବଳ ପାକିସ୍ତାନର ନୁହେଁ ବରଂ ଜାତିସଂଘର ମଧ୍ୟ ମତ।। ସେ କହିଛନ୍ତି, ଭାରତ ନିଜେ ଏହି ପ୍ରସଙ୍ଗକୁ ସୁରକ୍ଷା ପରିଷଦରେ ଆଣିଥିଲା ଓ କାଶ୍ମୀରର ଲୋକଙ୍କୁ ନିଜର ଭବିଷ୍ୟତ ନିର୍ଣ୍ଣୟ କରିବା ପାଇଁ ଜନମତ ସଂଗ୍ରହର ଅଧିକାର ଦେବାକୁ ପ୍ରତିଶୃତି ଦେଇଥିଲା,ଯାହାକି ଆଜି ପର୍ଯ୍ୟନ୍ତ ପୁରା ହୋଇନି।ସେ ଆହୁରି କହିଛନ୍ତି ଯେ ଭାରତ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ସୈନିକଙ୍କୁ ମୁତୟନ କରିଛି। ଲୋକଙ୍କ ସ୍ୱାଧୀନତାକୁ ଓ ସ୍ୱରକୁ ଦମନ କରୁଛି ଏବଂ ଅଞ୍ଚଳର ଭୌଗୋଳିକ ଗଠନକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, ଏହା ଅନ୍ତର୍ଜାତୀୟ ଆଇନ ଏବଂ ଏକ ଦଖଲକାରୀ ଶକ୍ତି ଭାବରେ ଭାରତର ଆଇନଗତ ଦାୟିତ୍ୱକୁ ଉଲ୍ଲଂଘନ କରୁଛି।

ପାକିସ୍ତାନ ମଧ୍ୟ ଆତଙ୍କବାଦର ଦୋଷ ଭାରତ ଉପରେ ଲଦିବାକୁ ଚେଷ୍ଟା କରିଛି। ସରୱାନି କହିଛନ୍ତି. ଭାରତ ଅଭିଯୋଗ ମାଧ୍ୟମରେ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି। ସୀମା ଆରପାରିରେ ପାକିସ୍ତାନରେ ଆତଙ୍କବାଦକୁ ଭାରତ ପ୍ରୋତ୍ସାହିତ କରୁଛି ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ଆକ୍ରମଣ କରିଥିବା ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀକୁ ଭାରତ ସମର୍ଥନ କରେ। ଏହା ବ୍ୟତୀତ, ଭାରତ ବାରମ୍ବାର ପାକିସ୍ତାନ ବିରୁଦ୍ଧରେ ଆକ୍ରମଣ କରିଛି, ଯାହା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରକୁ ଉଲ୍ଲଂଘନ କରୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme