Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

Posted on December 23, 2025

ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ ବିକଶିତ ହୋଇ ନ ଥିବା ପିଲାଙ୍କ ସଂଖ୍ୟା ୩ ନିୟୁତ ଟପିପାରେ ବୋଲି ଏକ ଅଧ୍ୟୟନରେ ଆକଳନ କରାଯାଇଛି। କାଲିଫର୍ନିଆର ସାନ୍ତା ବାର୍ବରାସ୍ଥିତ ୟୁଏସ୍‌ ୟୁନିଭର୍ସିଟିର ଗବେଷକମାନେ ଗର୍ଭାବସ୍ଥାରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ର ସ୍ଥିତିର ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ଗବେଷଣା କରିଥିଲେ। ୫ ବର୍ଷରୁ କମ୍‌ ବୟସବର୍ଗର ପିଲାମାନଙ୍କ ସ୍ବାସ୍ଥ୍ୟ ସ୍ଥିତିର ସୂଚକାଙ୍କ ଭାବେ ବ୍ୟବହାର କରାଯାଉଥିବା ବୟସ ଅନୁଯାୟୀ ଉଚ୍ଚତା ଅନୁପାତ ଉପରେ ଅନୁଧ୍ୟାନ କରାଯାଇଥିଲା। ଗର୍ଭବତୀ ମହିଳାଙ୍କ ଓଜନ ବୃଦ୍ଧି ଏବଂ ହରମୋନ୍‌ରେ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଉତ୍ତାପ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ସାଇନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଉତ୍ତାପଜନିତ ପ୍ରଭାବକୁ ଆର୍ଦ୍ରତା ଅଧିକ ଖରାପ କରିପାରେ। ଏହା ଗର୍ଭବତୀ ମହିଳାଙ୍କୁ ଶାନ୍ତ ହେବାରୁ ରୋକିଥାଏ। ଗର୍ଭବସ୍ଥାର ପ୍ରଥମ ଏବଂ ଶେଷ ଭାଗରେ ଏଭଳି ସ୍ଥିତି ଦେଖାଯାଇଥାଏ। କାରଣ ଗର୍ଭାବସ୍ଥା ଆରମ୍ଭ ସମୟରେ ଭ୍ରୂଣ ଅତ୍ୟନ୍ତ ଦୁର୍ବଳ ଥାଏ ଏବଂ ଶେଷଭାଗରେ ମା’ଙ୍କ ପ୍ରତି ବିପଦ ରହିଥାଏ ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା କେଟି ମାକ୍‌ମୋହନ କହିଛନ୍ତି। ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ କେବଳ ଉତ୍ତାପ ଯୋଗୁ ସ୍ବାସ୍ଥ୍ୟାବସ୍ଥା ଯେତିକି ପ୍ରଭାବିତ ହୋଇଥାଏ, ଏହା ସହ ଆର୍ଦ୍ରତା ମିଶିଲେ, ପ୍ରଭାବ ୪ ଗୁଣ ବଢ଼ିଯାଇଥାଏ ବୋଲି ୟୁନିଭର୍ସିଟିର ଅନ୍ୟ ଜଣେ ପ୍ରଫେସର କହିଛନ୍ତି। ଉତ୍ତାପ ବୃଦ୍ଧି ଯୋଗୁ ଜନ୍ମ ହେବାକୁ ଥିବା ପିଲାଙ୍କ ସଂଖ୍ୟା ଉପରେ ପ୍ରଭାବ ପଡ଼ିଥାଏ। ବିଶେଷ କରି ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ହେଲେ ପ୍ରଭାବ ୩ ମାସ ପର୍ଯ୍ୟନ୍ତ ରହିଥାଏ। ଉତ୍ତାପ-ଆର୍ଦ୍ର ସ୍ଥିତି ମୋଟାମୋଟି ଭାବେ ଗର୍ଭଧାରଣ ହାରକୁ ହ୍ରାସ କରିପାରେ ଏବଂ ସମୟ ପୂର୍ବରୁ ଗର୍ଭପାତ କିମ୍ବା ଉଭୟ ହୋଇପାରେ ବୋଲି ଗବେଷକ କହିଛନ୍ତି। ଉତ୍ତାପ ଓ ଆର୍ଦ୍ର ସ୍ଥିତି ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟା ପାଇଁ ବିପଦ। ସବୁଠୁ ଜନବହୁଳ ଦକ୍ଷିଣ ଏସିଆରେ ଏଭଳି ସ୍ଥିତି ଅଧିକ ଖରାପ ହୋଇପାରେ। ଏଭଳି ଜଳବାୟୁ ଯୋଗୁ ୨୦୫୦ ସୁଦ୍ଧା ଦକ୍ଷିଣ ଏସିଆରେ ୩ ନିୟୁତର ଅଧିକ ଶିଶୁଙ୍କ ବିକାଶ ପ୍ରଭାବିତ ହେବାର ସମ୍ଭାବନା ଥିବା ଗବେଷକମାନେ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme