Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପିଜ୍ଜା ହଟ୍ ଉଦ୍‌ଘାଟନ କଲେ ପାକ୍ ମନ୍ତ୍ରୀ, ସ୍ପଷ୍ଟ କଲା ଆମେରିକୀୟ ଫୁଡ୍ ଚେନ୍

Posted on January 22, 2026

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନିକଟରେ ସିଆଲକୋଟ୍‌ରେ ଏକ ‘ପିଜ୍ଜା ହଟ୍’ ଆଉଟ୍‌ଲେଟ୍‌ରେ ଉଦ୍‌ଘାଟନ ସମାରୋହରେ ପହଞ୍ଚି ଫିତା କାଟିଥିଲେ । ତାଙ୍କର ସ୍ୱାଗତ ଲାଗି ରେଡ୍ କାର୍ପେଟ୍ ବିଛାଯାଇଥିଲା । ପିଜ୍ଜା ହଟ୍‌କୁ ଫୁଲରେ ସଜାଯାଇଥିଲା । ଏହି ହାଇ-ପ୍ରୋଫାଇଲ ଉଦ୍‌ଘାଟନ ସମାରୋହକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଆମେରିକୀୟ ମଲ୍ଟିନ୍ୟାସନାଲ ରେସ୍ତୋରାଁ ଶୃଙ୍ଖଳା ‘ପିଜ୍ଜା ହଟ୍’ର ଘୋଷଣା ଉତ୍ସାହକୁ ଫିକା କରିଦେଲା । ସିଆଲକୋଟ୍‌ରେ ଖୋଲିଥିବା ଏହି ଆଉଟ୍‌ଲେଟ୍ ଅନଧିକୃତ ଓ ନକଲି ବୋଲି ଏହା କହିଛି । ଦେଶର ସବୁଠୁ ବିବାଦୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏକ ଅନଧିକୃତ ଫୁଡ୍ ଚେନ୍ ଉଦ୍‌ଘାଟନ କରିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଆମେରିକୀୟ ଫୁଡ୍ ଚେନ୍ ଏ ବିଷୟରେ ସ୍ପଷ୍ଟ କରିଛି ।

ଆଉଟ୍‌ଲେଟ୍‌ରେ ପିଜ୍ଜା ହଟ୍‌ର ଅତି ପରିଚିତ ଲୋଗୋ ଓ ବ୍ରାଣ୍ଡିଂର ଉପଯୋଗ ହୋଇଥିଲେ ମଧ୍ୟ ଇଣ୍ଟର୍‌ନେଟ୍‌ ୟୁଜର୍ କହିଛନ୍ତି, ପିଜ୍ଜା ହଟ୍ ପାକିସ୍ତାନର ଔପଚାରିକ ଷ୍ଟୋର୍ ତାଲିକାରେ ସିଆଲକୋଟ୍‌ରେ ନାଁ ନାହିଁ । ଏହା ପରେ ପିଜ୍ଜା ହଟ୍ ବ୍ରାଣ୍ଡ୍ ସହିତ ସିଆଲକୋଟ୍ ସ୍ଥିତ ଆଉଟ୍‌ଲେଟ୍‌ ଔପଚାରିକ ରୂପେ ସହବନ୍ଧିତ ନୁହେଁ ବୋଲି ପିଜ୍ଜା ହଟ୍ ପାକିସ୍ତାନ ପକ୍ଷରୁ ଏକ ଔପଚାରିକ ବିବୃତ୍ତି ଜାରି କରାଯାଇଛି । ଏଥିସହିତ ସ୍ପଷ୍ଟ କରାଯାଇଛି, ଏହା ଅନଧିକୃତ ଭାବେ ପିଜ୍ଜା ହଟ୍‌ର ନାଁ ଓ ବ୍ରାଣ୍ଡ୍‌ର ଉପଯୋଗ କରୁଛି । ଅନ୍ତର୍ଜାତୀୟ ବ୍ୟଞ୍ଜନ, ଗୁଣବତ୍ତା ନିୟମ, ଖାଦ୍ୟ ନିରାପତ୍ତା ଓ ପରିଚାଳନା ମାନକଗୁଡ଼ିକର ଅନୁପାଳନ ମଧ୍ୟ କରୁନାହିଁ । ଆଉଟ୍‌ଲେଟ୍‌ର କର୍ତ୍ତୃପକ୍ଷଙ୍କ ବିରୋଧରେ ପିଜ୍ଜା ହଟ୍ କମ୍ପାନି ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି । ଏହାର ଟ୍ରେଡ୍‌ମାର୍କର ଅପବ୍ୟବହାର ବନ୍ଦ କରିବାକୁ ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି କମ୍ପାନି ଦାବି କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme