
ବାତ୍ୟା ‘ମୋନ୍ଥା’ ପ୍ରଭାବରେ ନାରାୟଣପଟଣା ବ୍ଲକ ଅନ୍ତର୍ଗତ ପଡାପଦର ଗ୍ରାମ ପଞ୍ଚାୟତର ମାଙ୍କିଡି ଗାଁ ନିକଟ ରାସ୍ତାରେ ପାହାଡ଼ରୁ ପଥର ଧସିଥିବା ଦେଖିବାକୁ ମିଳିଛି l ଗତକାଲି ଠାରୁ ବାତ୍ୟା ମୋନ୍ଥା ଯୋଗୁଁ ଦିନତମାମ ଝିପି ଝିପି ବର୍ଷା ଲାଗି ରହିଥିଲା l ଯାହାର ପ୍ରଭାବରେ ପାହାଡ଼ରୁ ପଥର ଖସି ରାସ୍ତା ଉପରେ ପଡିଥିଲା l ଲୋକେ ଭୟରେ ଯିବା ଆସିବା କରୁଥିଲେ l
ସେପଟେ ବାତ୍ୟା ପ୍ରଭାବରେ ମାଙ୍କିଡି ଗାଁରେ ଗୋଟିଏ ଘର ଆଂଶିକ ଭାବରେ ଭାଙ୍ଗିଯାଇଥିଲା l ଘର ଭାଙ୍ଗିଥିବାରୁ ଝୁଡୁଙ୍ଗ ହିମିରିକା ଏବଂ କିସ୍ପା ହିମିରିକାଙ୍କୁ ସ୍ଥାନୀୟ ତହସିଲ ପ୍ରଶାସନ ତରଫରୁ ପଲିଥିନ ପ୍ରଦାନ କରାଯାଇଛି l ଏହି ଅଞ୍ଚଳରେ ବିଶେଷ କିଛି କ୍ଷୟ କ୍ଷତି ହୋଇ ନଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏଥିପାଇଁ ଜାଗ୍ରତ ହୋଇଥିବା ପ୍ରଶାସନ ତରଫରୁ ଜଣାଯାଇଛି l
