Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାରିବାରିକ କଳହର କରୁଣ ପରିଣତି

Posted on November 1, 2025

ଟ୍ରେନ ସମ୍ମୁଖରେ ଶୋଇ ପଡିଲେ ଯୁବକ
ଝାରସୁଗୁଡା: ପାରିବାରିକ କଳହର କରୁଣ ପରିଣତି। ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କଲେ ଯୁବକ। ମୃତକ ହେଲେ ସମ୍ବଲପୁର ସହରର ଗୋଲ ବଜାରର ପ୍ରେମ କୁମାର ହିନ୍ଦୁଜା। ସୂଚନା ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟବଛେଦ ପାଇଁ ପଠାଇଛି। ପ୍ରେମଙ୍କ ଭିଣୋଇ ତଥା ଝାରସୁଗୁଡା ସହରର କକ୍ସ କଲୋନୀ ବାସିନ୍ଦା ଧନଞ୍ଜୟ ପାଣ୍ଡେଙ୍କ କହିବାନୁସାରେ, ପ୍ରେମଙ୍କ ବିବାହକୁ ୪ ବର୍ଷ ହୋଇଥିବା ବେଳେ ତାଙ୍କର ପାରିବାରିକ କଳହ ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ୭ଟାରେ ପ୍ରେମ ତାଙ୍କ ଘରକୁ ଆସିଥିବା ବେଳେ ଏକ ସୂଇସାଇଡ ନୋଟ ଲେଖି ସନ୍ଧ୍ୟା ସାଢେ ୮ଟା ବେଳେ ଘରୁ ବାହାରି ଆସିଥିଲେ। ପରିବାର ଲୋକେ ଖୋଜା ଖୋଜି କରି ତାଙ୍କର ସନ୍ଧାନ ନପାଇବା ପରେ ଝାରସୁଗୁଡା ସଦର ଥାନା ଓ ଜିଆରପି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ସହରର ଭୁଲିଆଟିକ୍ରା ରାସ୍ତାରେ ଆତ୍ମହତ୍ୟା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକ ପ୍ରେମ ବୋଲି ଜଣାପଡିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme