Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାକିସ୍ତାନକୁ ଧୁଳି ଚଟାଇ ଏସିଆ କପ୍‌ ହାସଲ କଲା ଭାରତ

Posted on September 29, 2025

ପୁଣିଥରେ ଏସିଆ କପ୍‌ରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ। ପାକିସ୍ତାନକୁ ଫାଇନାଲ ମ୍ୟାଚରେ ୬ ଓ୍ୱିକେଟରେ ପରାସ୍ତ କରି, ନବମଥର ପାଇଁ ଏହି ଖିତାବ ହାସଲ କଲା ଭାରତ। ତିଲକ ବର୍ମାଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଧଶତକ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳିରେ ଏହି ବିଜୟ ସୁନିଶ୍ଚିତ ହୋଇପାରିଛି।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ (୫୭) ଓ ଫକର ଜମାନ (୪୬) ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମ୍ନାରେ ଟିକିପାରିନଥିଲେ। ୧୯.୧ ଓଭରରେ ସମଗ୍ର ଦଳ ୧୪୬ ରନ୍‌ରେ ସୀମିତ ହୋଇଯାଇଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି, ଯଶପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨ଟିକରି ୱିକେଟ ନେଇଥିଲେ।

୧୪୭ ରନର ଲକ୍ଷ୍ୟକୁ ଅନୁସରଣ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କିଛି ଝଟକା ସହିଥିଲା। ଅଭିଷେକ ଶର୍ମା, ଶୁବମନ ଗିଲ୍ ଓ ସୂର୍ଯ୍ୟ କୁମାର ଯାଦବ ବିଫଳ ହୋଇଥିଲେ। ତଥାପି ତିଲକ ବର୍ମା ଶାନ୍ତିର ସହିତ ପାଳି ସମ୍ଭାଳି, ସଞ୍ଜୁ ସାମସନ ଓ ଶିବମ ଦୁବେଙ୍କ ସହଯୋଗରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme