Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

Posted on November 13, 2025

ରାସ୍ତା ଖରାପ ଥିବାରୁ ପହଞ୍ଚି ପାରିଲାନି ଆମ୍ଵୁଲାନ୍ସ। ଖଟିଆରେ ବୁହାହେଲେ ରୋଗୀ। ସୁନ୍ଦରଗଡ଼ ସଦର ବ୍ଲକ ବୁଡ ପଞ୍ଚାୟତ ସଲଙ୍ଗା ବୁଡ ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମବାସୀମାନେ ଭୀଷ୍ମପଡ଼ା ଅଞ୍ଚଳର ବୁଦ୍ଧରାମ ମୁଣ୍ଡା ନାମକ ଜଣେ ବୃଦ୍ଧଙ୍କୁ ପ୍ରାୟ ୫୦୦ ମିଟର ଦୂର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଛନ୍ତି।

ସୂଚନା ଅନୁସାରେ, ଭୀଷ୍ମପଡ଼ା ଅଞ୍ଚଳର ବୁଦ୍ଧରାମ ମୁଣ୍ଡା ଧାନ କାଟି ଘରକୁ ଫେରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଘରଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି ଭୀଷ୍ମପଡ଼ା ଭିତରକୁ ଯାଇ ନପାରି ଅଧା ରାସ୍ତାରେ ଅଟକି ରହିଥିଲା। ଗ୍ରାମର କିଛି ଲୋକ ବୁଦ୍ଧରାମଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ତାଙ୍କୁ ହସ୍ପିଟାଲକୁ ନେଇଥିଲେ।

ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, ଏହି ସମସ୍ୟା ଦୀର୍ଘଦିନ ଧରି ଚାଲିଆସୁଛି। ଅନେକ ଥର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସରପଞ୍ଚ ଏହି ଅସୁବିଧାକୁ ଅଣଦେଖା କରୁଛନ୍ତି ଓ ୱାର୍ଡ ମେମ୍ବର “ପଇସା ଆସିଯାଇଛି, ଶୀଘ୍ର ପୋଲ ତିଆରି ହେବ” ବୋଲି ଆଶ୍ୱାସନା ଦେଉଛନ୍ତି। ଶୀଘ୍ର ଏହି ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme