
ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ପରଜଙ୍ଗ ବଜାର ଭିତରେ ୩ ଟିକିଆ ହାତୀଙ୍କ ପ୍ରବେଶକୁ ନେଇ ଆତଙ୍କିତ ପରଜଙ୍ଗବାସୀ। ଗତ କାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ୩ଟିକିଆ ହାତୀ ପଲ ପରଜଙ୍ଗ ବଜାରରେ ପ୍ରବେଶ କରିଥିଲେ। ଖବର ପାଇ ଡିହଡୋଳ ଫରେଷ୍ଟର ଚନ୍ଦ୍ରଶେଖର ବେହେରା ଏବଂ ବନ ବିଭାଗ ଟିମ ହାତୀ ଗୁଡିକୁ ଘଉଡ଼ାଇଥିଲେ। ହାତୀ ଗୁଡିକ ନିକଟସ୍ଥ ବାରବାଙ୍କ ଜଙ୍ଗଲକୁ ଚାଲି ଯାଇଥିବା ଜଣାପଡିଛି। ତେବେ ଅଞ୍ଚଳରେ ହାତୀ ଆତଙ୍କକୁ ନେଇ ଏବେ ଗ୍ରାମବାସୀ ଆତଙ୍କିତ ଥିବା ଜଣାପଡିଛି।
