Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପଦ୍ମପୁରରେ ଚାଷୀଙ୍କ ହକ୍‌ ପାଇଁ ଗର୍ଜନ: ୧୨ ଘଣ୍ଟିଆ ବନ୍ଦ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

Posted on December 26, 2025

ପଦ୍ମପୁର: ଚାଷୀଙ୍କ ସମସ୍ୟାକୁ ନେଇ ଆଜି ପଦ୍ମପୁର ସହର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି। ଧାନ କ୍ରୟରେ ଅବ୍ୟବସ୍ଥା, ଟୋକନ ସମସ୍ୟା ଏବଂ ମଣ୍ଡିରେ ବ୍ୟାପକ ‘କଟନୀ-ଛଟନୀ’କୁ ବିରୋଧ କରି ସ୍ଥାନୀୟ କୃଷକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି। ଏହି ଆନ୍ଦୋଳନ ଯୋଗୁଁ ସକାଳୁ ସକାଳୁ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।

କୃଷକ ସଙ୍ଗଠନର ଅଭିଯୋଗ ଅନୁଯାୟୀ, ମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଛି। ପ୍ରତି କ୍ୱିଣ୍ଟାଲ ଧାନରେ ପ୍ରାୟ ୩ ରୁ ୪ କେଜି ପର୍ଯ୍ୟନ୍ତ ଧାନ କଟନୀ-ଛଟନୀ କରାଯାଉଛି, ଯାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହା ବ୍ୟତୀତ ଅନେକ ଚାଷୀଙ୍କୁ ଉପଯୁକ୍ତ ସମୟରେ ଟୋକନ ମିଳୁ ନଥିବାରୁ ସେମାନେ ନିଜର କଷ୍ଟଅର୍ଜିତ ଫସଲ ବିକ୍ରି କରିବାରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ପ୍ରଶାସନକୁ ଅବଗତ କରାଯିବା ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ନହେବାରୁ ଚାଷୀମାନେ ରାଜଗାସ୍ତକୁ ଓହ୍ଲାଇଛନ୍ତି।

ଆନ୍ଦୋଳନକାରୀମାନେ ପଦ୍ମପୁରର ମୁଖ୍ୟ ରାସ୍ତା ଅବରୋଧ କରିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଓ ଯାତ୍ରୀବାହୀ ବସ୍ ଅଟକି ରହିଛି। ସ୍ଥାନୀୟ ବଜାର ଓ ଦୋକାନ ମଧ୍ୟ ବନ୍ଦ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ଛକେ ଛକେ ସତର୍କ ଦୃଷ୍ଟି ରଖାଯାଇଛି। “ଯେପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟାର ସମାଧାନ ହୋଇନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ” ବୋଲି କୃଷକ ନେତାମାନେ ଚେତାବନୀ ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme