Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆବର୍ଷରୁ ବଣ୍ଟାଯିବ ରାସନ କାର୍ଡ

Posted on December 18, 2025

ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ କରଦାତା, ସରକାରୀ କର୍ମଚାରୀ ଓ ମୃତକଙ୍କୁ ମିଶାଇ ୮ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ ଦିଆଯାଇଛି। ସେମାନଙ୍କ ସ୍ଥାନରେ ୬ ଲକ୍ଷ ୩୯ହଜାର ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯାଇଛି। ଏହାଭିତରେ ଆହୁରି ୧୫ ଲକ୍ଷ ୩୩ ହଜାର ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ତେବେ ୧୫ ଲକ୍ଷ କାର୍ଡକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କରିଛନ୍ତି। ନୂଆବର୍ଷ ହିତାଧିକାରୀଙ୍କୁ କାର୍ଡ ଦିଆଯିବ। 

ଉଲ୍ଲେଖଯୋଗ୍ୟ ଯେ ବିଜେଡି ସରକାର ସମୟରେ ବହୁ ଅଯୋଗ୍ୟ ହିତାଧିକାରୀ ରାସନ ଉଠାଉଥିବାର ଅଭିଯୋଗ ଆସିଥିଲା। ରାଜ୍ୟରେ ନୂଆ ସରକାର ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇ-କେୱାଇସି ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହାସହ ଯେଉଁ ସରକାରୀ କର୍ମଚାରୀ ଓ କରଦାତା ରାସନ କାର୍ଡ ହାତେଇଥିଲେ ସେମାନଙ୍କୁ ନିଜ ଆଡୁ କାର୍ଡ ଫେରାଇ ଦେବାକୁ କୁହାଯାଇଥିଲା। ଗୋଟିଏ ମାସ ପୂର୍ବରୁ ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ନିଜର ଇ-କେୱାଇସି କରି ନ ଥିବା ନଜରକୁ ଆସିଥିଲା। ତେବେ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme