
ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡାରେ ଅଭାବନୀୟ ଘଟଣା । ଧାନ ଖରି ଜାଲିଦେଲେ ଦୁର୍ବୃତ୍ତ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କରୁଛି ତଦନ୍ତ । ସୂଚନା ମୁତାବକ, ନୂଆପଡା ଚାରିଛକ ନିକଟରେ ଥିବା ଚାଷୀ ପରେଶ୍ ଗହିରଙ୍କ ବିଲ ଭିତରେ ଥିବା ଏକ ଧାନ ଖରିକୁ କେହି ଦୁର୍ବୃତ୍ତ ଜାଲି ଦେଇଛନ୍ତି। ଖବର ପାଇ ସକାଳୁ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଥିବା ବେଳେ ଧାନ ସବୁ ଜଳି ପାଉଁଶ ହୋଇଯାଇଛି। ତେବେ ଉକ୍ତ ଧାନକୁ କିଏ ଓ କାହିଁକି ନିଆଁ ଲଗାଇଲା ତାହା ଜଣାପଡ଼ିନାହିଁ। ଏନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
