
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଅପରାହ୍ନ ୪ଟା ପରେ ପ୍ରଚାର ବନ୍ଦ ହେବ। ତିନି ଦଳର ପ୍ରାର୍ଥୀ ଭୋଟରଙ୍କ ମନ ଜିତିବା ପାଇଁ ଶେଷ ଉଦ୍ୟମ ଜାରି ରଖିଛନ୍ତି।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆପଡ଼ାରେ ଜୟ ଢୋଲକିଆଙ୍କ ପାଇଁ ବିରାଟ ରୋଡ୍ ଶୋ କରିଥିଲେ। ୭ ତାରିଖରେ ବିଜେଡି ସଭାପତି ନବିନ ପଟ୍ଟନାୟକ ଭୋଟ ପ୍ରଚାର ପାଇଁ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ରୋଡ୍ ଶୋ କରିଥିଲେ।
ଆଜି କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସ ନେତୃତ୍ୱରେ ବିରାଟ ଶୋଭାଯାତ୍ରା ଆୟୋଜିତ ହେବ, ଯେଉଁଥିରେ ବରିଷ୍ଠ ନେତାମାନେ ଯୋଗଦେଇ ଘାସିରାମ ମାଝିଙ୍କ ପାଇଁ ଭୋଟ ମାଗିବେ। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ ମଧ୍ୟ ରମାକାନ୍ତ ହାତୀଙ୍କ ପାଇଁ ପ୍ରଚାର କରିବେ।
