Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିଖୋଜ ପୁଅ ପାଇଁ ଝୁରି ହେଉଛି ମା । ଫୋଟୋ ଧରି କାନ୍ଦି କାନ୍ଦି ଆଖିରୁ ଲୁହ ସରୁନି ମା ର….

Posted on October 24, 2025

ନିଖୋଜ ହେବା ପରଠୁ ପୁଅର ଫଟୋ ଧରି ବାହୁନି ବାହୁନି କାନ୍ଦୁଛି ମା। ଶୁଖୁନି ମା ଆଖିର ଲୁହ । ପୁଅର ଫୋଟୋକୁ ଜାବୁଡି ଧରି କାନ୍ଦି କାନ୍ଦି ନୟାନ୍ତ ହୋଇଯାଉଛି ମା । ଆଉ ଘରର ଦୁଆର ମୁହଁକୁ ଅନାଇ ବସିଛି ମା ଆଉ କେବେ ଫେରି ଆସିବ ମୋ ପୁଅ। ନିଖୋଜ ପୁଅ ପାଇଁ ଭାଙ୍ଗି ପଡ଼ିଛି ପୁରା ପରିବାର। ତାଳଚେର କଳମଛୁଇଁ ଗ୍ରାମର ରଂଜିତ ସାହୁ ଓ ସରୋଜିନି ସାହୁଙ୍କ ଏକ ମାତ୍ର ଅଲିଅଳି ପୁଅ ଦେବାଶିଷ ସାହୁ। ଦେବାଶିଷ ଉଚ୍ଚ ଶିକ୍ଷା ପାଇଁ ସୁଦୁର ତାଳଚେରରୁ ବରହ୍ମପୁରର ରୟାଲ କଜେଲରେ ଫାର୍ମାସିଷ୍ଟ ପାଠ ପଢିବାକୁ ଯାଇଥିଲେ । କିନ୍ତୁ ଗତ ୧୪ ତାରିଖ ରାତିରେ ଦେବାଶିଷ ତାଙ୍କ ଭଉଣୀଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିବା ବେଳେ ତା ପରେ ଆଉ ତାଙ୍କ ଫୋନ ଲାଗି ନଥିଲା। ଯାହାକୁ ନେଇ ପରିବାର ଲୋକେ ଗତ ୧୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସାରା ବରହ୍ମପୁର ସହରରେ ଖୋଜା ଖୋଜି କରିବା ସହିତ ତାଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପୁଅର କୌଣସି ଖୋଜ ଖବର ପାଇ ନଥିଲେ। ଯାହାକୁ ନେଇ ଗତ ୧୯ ତାରିଖରେ ବରହ୍ମପୁରର ଗୋଷାଣୀ ନୂଆଗାଁ ଥାନାରେ ଦେବାଶିଷଙ୍କ ବାପା ପୁଅ ନିଖୋଜ ହେବା ନେଇ ଏକ ଲିଖିତ ଅଭିଯୋଗ ‌କରିଥିଲେ। ଅଭିଯୋଗ କରିବାର ୪ ଦିନ ବିତିଥିଲେ ମଧ୍ୟ ପୁଅର କୌଣସି ଖୋଜ ଖବର ମିଳନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ତେବେ ଦେବାଶିଷ ତାଙ୍କ ହଷ୍ଟେଲରୁ ଏକ ବ୍ୟାଗ ଧରି ଆସୁଥିବାର ଚିତ୍ର ସିସି ଟିଭିରେ କଏଦ ହୋଇଛି। ତେବେ ସେ ଘରକୁ ନ ଆସି ସେଠାରୁ କେଉଁ ଆଡେ ଗଲେ ତାହା ଏବେ ପରିବାର ବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ପୁଅର ନିଖୋଜ ଖବର ଜାଣିବା ପରେ ବାପା, ମା ଓ ଭଉଣୀଙ୍କ ଠାରୁ ଆରମ୍ଭ କରି ଆତ୍ମୀୟ ସୋଜନ ଓ ସାଙ୍ଗସାଥୀ ସମସ୍ତେ ତାଙ୍କ ଘରେ ଦେବାଶିଷର ଫେରିବା ବାଟକୁ ଅନାଇ ବସିଛନ୍ତି। ଦେବାଶିଷ ପିଲାଟି ଦିନରୁ ଭଲ ପାଠ ପଢ଼ୁଥିବା ବେଳେ ସେ ଅତି ଶାନ୍ତ ଏବଂ ନମ୍ର ସ୍ବଭାବର ଥିଲେ। ଯେତେବେଳେ ଯେଉଁ କାମ କରନ୍ତି ସମସ୍ତଙ୍କୁ ପଚାରିବା ପରେ ସବୁ କାର୍ଯ୍ୟ କରୁଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ହଠାତ ଦେବାଶିଷ ଏପରି ନିଖୋଜ ହୋଇଯିବା ସମସ୍ତଙ୍କୁ ଚକିତ କରି ପକାଇଛି। ତେବେ ପୁଅକୁ ଖୋଜି ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଓ ସାଙ୍ଗ ସାଥି।

ଦିନ ଯେତିକି ଗଡୁଛି ପୁଅକୁ ପାଇବା ପାଇଁ ପରିବାରରେ ସନ୍ଦେହ ସେତିକି ବଢ଼ିବାରେ ଲାଗିଛି ପୁରା ପରିବାର ଧର୍ଯ୍ୟହରା ହୋଇ ଦେବାଶିଷର ଫେରିବା ବାଟକୁ ଚାହିଁ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ ଜେବିଆର ସମାଚାର ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme