Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନାବାଳିକା ଆତ୍ମହତ୍ୟା ଘଟଣା : ୨ ଗିରଫ

Posted on October 7, 2025

ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନାବାଳିକା(୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଅଭିଯୁକ୍ତ ହେଲେ ‌ସେକ୍ଟର-୫ ଗୋଲଘର ଅଞ୍ଚଳର ଡକ୍ଟର ମୁଣ୍ଡା(୨୮) ଓ ପତ୍ନୀ ସବିନା ମୁଣ୍ଡା(୨୭)। ଉଭୟଙ୍କୁ ଆଜି ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁଯାୟୀ, ନାବାଳିକା ଜଣକ ରାଉରକେଲା ୱାନ୍ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ କାମ କରୁଥିଲେ। ସେଠାରେ ଡକ୍ଟର ମୁଣ୍ଡା ରଙ୍ଗମିସ୍ତ୍ରି ଭାବେ କାମ କରେ। ସେ ପୂର୍ବରୁ ବିବାହିତ ଏବଂ ତାର ୭ ବର୍ଷର ଝିଅ ଓ ୬ ମାସର ପୁଅ ମଧ୍ୟ ଅଛନ୍ତି। ବିବାହିତ ହେବା ସତ୍ତ୍ବେ ଡକ୍ଟର କୌଶଳକ୍ରମେ ନାବାଳିକାଙ୍କ ମୋବାଇଲ୍‌ ନମ୍ବର ନେଇଥିଲା। ପରେ ତାଙ୍କୁ ନିୟମିତ କଲ୍‌ ମଧ୍ୟ କରୁଥିଲା। ଅନେକ ଦିନ ଧରି କଥାବାର୍ତ୍ତା ହେବା ପରେ ଡକ୍ଟରଙ୍କ ପତ୍ନୀ ଏସବୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଶୁକ୍ରବାର ସକାଳେ ନାବାଳିକା ଜଣକ କାମ କରିବାକୁ ଘରୁ ବାହାରି ଆସିଥିଲେ। ସାଇଟ୍‌ରେ ପହଞ୍ଚି କାମ କରୁଥିବାବେଳେ ରଙ୍ଗମିସ୍ତ୍ରିଙ୍କ ପତ୍ନୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ନାବାଳିକାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ସ୍ବାମୀ ଠାରୁ ଦୂରେଇ ରହିବାକୁ କହିଥିଲେ। ଏହି କଥା ନାବାଳିକାଙ୍କ ମନକୁ ଶକ୍ତ ଆଘାତ ଦେଇଥିଲା। ପରେ ସେ ବିଷ ପିଇ ଗୁରୁତର ହୋଇପଡ଼ିଥିଲେ। ଏହାଦେଖି କନ୍‌ଷ୍ଟ୍ରକ୍‌ସନ୍ ସାଇଟ୍‌ର କିଛି ଯୁବକ ତାଙ୍କୁ ଦିନ ପ୍ରାୟ ୪ଟାବେଳେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଦିନ ରାତି ପ୍ରାୟ ୮ଟାବେଳେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପରିବାରଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ନାବାଳିକାଙ୍କୁ ବାରମ୍ବାର କଲ୍‌ କରୁଥିବା ଅଭିଯୁକ୍ତ ଡକ୍ଟର ଓ ତାଙ୍କ ପତ୍ନୀ ସବିନାକୁ ପଚରାଉଚରା କରିଥିଲା। ତେବେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme