Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନଦୀରେ ଭାସି ଯାଇଥିବା ଛାତ୍ର ଶବ ଉଦ୍ଧାର

Posted on October 17, 2025

ଧରାକୋଟ,: ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ପଞ୍ଚାୟତ ର ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନ ଙ୍କ ପୁଅ ଶୁଭମ ପ୍ରଧାନ ଗତ 4 ତାରିଖ ଦିନ ସାଙ୍ଗ ମାନଙ୍କ ସହିତ ଋଷିକୁଲ୍ୟ ନଦୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଏହା ପରେ ଧରାକୋଟ ଦମକଳ ବାହିନୀ ଓ ଧରାକୋଟ ପୋଲିସ ଚାରିଦିନ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା ।ଭାସିଯିବା ଘଟଣାକୁ 13 ଦିନ ପୁରିଲା ପରେ ଆଜି ପୋଡ଼ାପଲି ଗାଁ ଠାରୁ ପ୍ରାୟ ଦୁଇ କିମି ଦୂର ଲକ୍ଷ୍ମୀପୁର ବାଲି ଘାଟ ଭିତରୁ ଶୁଭମ ର ଶବର ସନ୍ଧାନ ମିଳିଛି । ଗତ 4 ତାରିଖ ଦିନ ନଦୀରେ ଶୁଭମ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଦାଦା ଟୁକୁନା ପ୍ରଧାନ ଧରାକୋଟ ଥାନାରେ ଏଫ୍ ଆଇ ଆର ଦେଇଥିଲେ । ପୋଲିସ 380/25 ପ୍ରକାରେ ଏକ ନିଖୋଜ ମାମଲା ରୁଜୁ କରିଥିଲା । ଘଟଣା ଘଟିବା ପରେ ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଧରାକୋଟ ତହସିଲଦାର ଓ ପୋଲିସ ଉପସ୍ଥିତି ରେ ଋଷୀକୁଲ୍ୟ ନଦୀରେ ଦୀର୍ଘ ଚାରିଦିନ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଯାହାକୁ ନେଇ ପରିବାର ସଦସ୍ୟ ଅସହାୟ ହୋଇ ପଡ଼ିବା ସହ ପୁଣି ଥାନାରେ ଶୁଭମ କୁ ଖୋଜି ବାହାର କରିବା ପାଇଁ ଥାନା ଅଧିକାରି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ଗୁରୁବାର ଗାଁ ଲୋକେ ନିଯସ୍ଵ ଉଦ୍ୟମରେ ଲକ୍ଷ୍ମୀପୁର ବାଲି ଘାଟ ଅଞ୍ଚଳରେ ଖୋଳା ଖୋଳି କରିବା ବେଳେ ଶୁଭମ ର ଶବ ବାଲି ତଳେ ପୋତିହେବା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଗାଁ ଲୋକେ ପୋଲିସ ଓ ଦମକଳ ବାହୀନି କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ,ଅଗ୍ନିକ ପବିତ୍ର ବେହେରା, ଶୁଭ୍ରଜିତ୍ ରଥ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଦୁଷ୍ମନ୍ତ ପ୍ରଧାନ, ସନ୍ଦୀପ ବେହେରା, ଭୀମ ସେନ ନାୟକ ଓ ଜିତେନ୍ଦ୍ର ନାୟକ ପ୍ରମୁଖ ଲକ୍ଷ୍ମୀପୁର ଗାଁ ବାଲି ଘାଟ ନିକଟରେ ପହଁଚି ବାଲି ଭିତରୁ ଶୁଭମ ର ଶବକୁ ଉଧାର କରି ପୋଲିସ କୁ ହସ୍ତାନ୍ତର କରିଥିଲେ ।ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପ୍ରକାଶ ଯୋଗ୍ୟ ଗତ 4 ତାରିଖ ଦିନ ଶୁଭମ ନଦୀରେ ଭାସିଯିବା ପରଠାରୁ ପରିବାର ଲୋକ ସମେତ ଗାଁ ଲୋକେ ମିଳିତ ଭାବରେ ଖୋଜା ଖୋଜି କରୁଥିଲେ। 13 ଦିନ ପରେ ଶୁଭମ ର ପତ୍ତା ମିଳିବା ପରେ ଗାଁ ଲୋକ ଙ୍କ ସହ ପରିବାର ଲୋକେ ଏକ ରକମ ଆଶ୍ବସ୍ତ ହେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme