
ଯୁବକଙ୍କୁ ଦଳିଦେଲା ଦନ୍ତା ହାତୀ । ଧାନ କ୍ଷେତ ଜଗିବା ସମୟରେ ଦଳିଦେଲା ଦନ୍ତା । ସମ୍ବଲପୁର ଜିଲ୍ଲା ସାପଡ଼ଗର ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଯୁଯୁମୁରା ବ୍ଲକ୍ ସାପଡ଼ଗର ଗାଁର ଇସ୍ରାଏଲ ଲୁଗୁନ । ଇସ୍ରାଏଲ ଗତକାଲି ରାତି ୧୦ଟାରେ ଖାଇ ସାରି ବିଲକୁ ଧାନ ଜଗିବାକୁ ଯାଇଥିବା ବେଳେ ଦନ୍ତା ତାଙ୍କୁ ଦଳି କଚାଡ଼ି ମାରିଛି ।
