Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀ କହିଲେ…

Posted on December 24, 2025

ଆଜି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ମୁଖ୍ୟମନ୍ତ୍ରୀ ତାର ସମୀକ୍ଷା କରିବେ । ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ଉପସ୍ଥିତ ରହିବେ ।

ଏନେଇ କୃଷ୍ଣୁଚନ୍ଦ୍ର ପାତ୍ର କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଧାନ ସଂଗ୍ରହ ସ୍ଥିତି କଣ ରହିଛି ସେନେଇ ଏକ ରିଭ୍ୟୁ ମିଟିଂ କରାଯାଇଥିଲା । ଏଯାବତ୍ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଗତବର୍ଷ ୧୭ ଲକ୍ଷ ୫୦ ହଜାର କୃଷକ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ବର୍ଷ ୧୯ ଲକ୍ଷ ୬୮ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଗତ ବର୍ଷ ୫୮ ଲକ୍ଷ ଏକର ପଞ୍ଜିକରଣ ହୋଇଥିଲା। ଏ ବର୍ଷ ୬୧.୬୭ ଲକ୍ଷ ଏକର ପଞ୍ଜିକରଣ ହୋଇଛି । ଗତ ବର୍ଷ ଏଯାବତ୍ ଟୋକନ ଇସ୍ୟୁ ହୋଇଥିଲା ୪ ଲକ୍ଷ ୭ ହଜାର ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୪୧ ହଜାର ଟୋକନ ଇସ୍ୟୁ ହୋଇସାରିଲାଣି ।

ଗତ ବର୍ଷ ଏଇ ସମୟ ସୁଦ୍ଧା ୩ ଲକ୍ଷ ମେଟ୍ରିକ ଟନ ଚଳିତ ବର୍ଷ ୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି ସରକାର। ଗତ ବର୍ଷ ୬୦ ହଜାର ଚାଷୀ ଧାନ ବିକିଥିଲେ, କିନ୍ତୁ ଚଳିତ ବର୍ଷ ବର୍ତମାନ ସୁଦ୍ଧା ୧ ଲକ୍ଷ ଚାଷୀ ଧାନ ବିକି ସାରିଲାଣି । ଏଣୁ ଧାନ ସଂଗ୍ରହ ଗତ ବର୍ଷ ଅପେକ୍ଷା ଦ୍ବି ଗୁଣିତ ସ୍ପିଡ଼ ରେ ଚାଲିଛି । କିଛି ଲୋକଙ୍କୁ ତଥାପି ଅବାଗିଆ ଲାଗୁଚି। ସେମାନଙ୍କୁ ଆନ୍ଦୋଳନ କରିବାକୁ ଭଲ ଲାଗୁଛି। ମୁଁ ସେମାନଙ୍କୁ ଆନ୍ଦୋଳନଜିବୀ କହିବି । ଚାଷୀ ଆମ ସହିତ ଅଛନ୍ତି । ନଚେତ ଏତେ ସୁରୁଖୁରୁରେ ହୋଇନଥାନ୍ତା ।

ବରଗଡ଼ରେ ୧ ଲକ୍ଷ ୮୦ ହଜାର ୭୮୫ମେଟ୍ରିକ ଟନ ଧାନ ସଂଗ୍ରହ ସାରିଲାଣି। ସମ୍ବଲପୁରରେ ୧ ଲକ୍ଷ ୩୪ ହଜାର ୭୧୮ ମେଟ୍ରିକ ଟନ ଧାନ ଉଠି ସାରିଲାଣି। କଳାହାଣ୍ଡି ୯୦ ହଜାର, ନୂଆପଡା ୫୭ ହଜାର ମେଟ୍ରିକ ଟନ ଧାନ ଉଠିଲାଣି। ସବୁ ଜିଲ୍ଲା ରେ ସୁରୁଖୁରୁରେ ଧାନ ସଂଗ୍ରହ ଚାଲିଛି। କୌଣସି ବିଭ୍ରାନ୍ତି କର ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଗତକାଲି ଧାନ ସଂଗ୍ରହ ସ୍ଥିତି କଣ ରହିଛି ସେ ନେଇ ସମୀକ୍ଷା କରାଯାଇଥିଲା। ଅଧିକାରୀ ମାନେ ସମସ୍ତ ତଥ୍ୟ ରଖିଛନ୍ତି। କାଲିର ବୈଠକ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ହୋଇଥିଲେ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନେଇପାରିବେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme