Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧର୍ମାନ୍ତୀକରଣ ଅଭିଯୋଗରେ ପାଦ୍ରୀଙ୍କୁ ଚପଲ ମାଳ ପିନ୍ଧେଇଲେ ଲୋକେ। ଅଭିଯୋଗ ପରେ ୪ ଅଟକ, ପୋଲିସର ତଦନ୍ତ ଜାରି।

Posted on January 23, 2026

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଜଣେ ପାଦ୍ରୀଙ୍କୁ ଧର୍ମାନ୍ତିକରଣ କରାଉଥିବା ଅଭିଯୋଗରେ ଅମାନୁଷିକ ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରଛନ୍ତି ପାଦ୍ରୀଙ୍କ ସ୍ତ୍ରୀ ବନ୍ଦନା ନାଏକ। ତାଙ୍କ ସ୍ୱାମୀଙ୍କୁ ଗାଁ ଦାଣ୍ଡରେ ଚପଲ ମାଳ ପିନ୍ଧାଇ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଗାଁ ଗାଁ ବୁଲି ଲୋଭ ଦେଖାଇ ଧର୍ମାନ୍ତିକରଣ କରାଯାଉଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ପୋଲିସ୍ ଏହି ଘଟଣାର ଅଧିକ ଛାନଭିନ କରି ଚାରି ଜଣଙ୍କୁ ଅଟକ ରଖିଛି। ଅଭିଯୋଗ ମୁତାବକ ବିପିନ ନାଏକ ପରଜଙ୍ଗ ଅଞ୍ଚଳରେ ଜଣଙ୍କହିନ୍ଦୁ ଘରକୁ ଯାଇ ତାଙ୍କ ପରିବାରର ସ୍ୱାସ୍ଥ୍ୟ ଭଲ ରହିବା କହି ପ୍ରାର୍ଥନା କରାଉଥିଲେ। ଏହି ସମୟରେ ପରଜଙ୍ଗ ଅଞ୍ଚଳର କିଛି ଯୁବକ ଖବର ପାଇ ତାଙ୍କ ଘରେ ପଶି ଧର୍ମାନ୍ତିକରଣ କରାଉଥିବା ନେଇ ପାଦ୍ରିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଯାହା ବିପିନଙ୍କ ସ୍ତ୍ରୀ ବନ୍ଦନା ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏପରିକି ପାଦ୍ରୀ ବିପିନଙ୍କୁ ଚପଲ ପିନ୍ଧାଇ ଗାଁରେ ବୁଲାଉଥିବାର କିଛି ଫଟୋ ମଧ୍ୟ ଭାଇରଲ ହୋଇଛି। ମାତ୍ର ଧର୍ମାନ୍ତୀକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ସେମାନଙ୍କୁ ଲୋଭ ଦେଖାଇ ବଶବତୀ କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଢେଙ୍କାନାଳ ଏସପି ଅଭିନବ ସୋନକର ପ୍ରତିକ୍ରିୟା ରଖିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme