Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧନୁ ସଂକ୍ରାନ୍ତିରୁ ଆରମ୍ଭ ହେବ ପହିଲି ଭୋଗ ନୀତି

Posted on December 13, 2025

ଆସନ୍ତା ୧୬ ତାରିଖ ତଥା ଧନୁ ସଂକ୍ରାନ୍ତି ଠାରୁ ନିତି ମାସକ ଯାଏ ସଅଳ ଉଠି ସଅଳ ଖାଇବେ ଏକାମ୍ର ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଏହି ଅବସରରେ ମନ୍ଦିର କାର୍ଯ୍ୟାଳୟ ତରଫରୁ ପହିଲି ଭୋଗ ସମ୍ପର୍କିତ ନୀତି ନିର୍ଘଣ୍ଟ ବାବଦରେ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ ଭୋର ୫ଟାରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢି ସକାଳ ୭ଟାରେ ପହିଲି ଧୂପ ଲାଗି ହେବ । ଏଥିରେ ଖିର ଗଇଁଠା ଭୋଗ ଲାଗି ହେବ।

ସେହିପରି ସାଢେ୮ଟା ସୁଦ୍ଧା ଠାକୁରାଣୀ ଧୂପ ଓ ଭୋଗ ମଣ୍ଡପ ନୀତି ବଢି ୯ଟାରେ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଦ୍ୱିପହର ଧୂପ ଏବଂ ସଂନ୍ଧ୍ୟା ଧୂପରେ ବିଷୋୟୀ ସେବାୟତଙ୍କ ପ୍ରଦତ୍ତ ମୁଆଁ ଭୋଗ ସମର୍ପଣ ହେବ। ସନ୍ଧ୍ୟା ସାଢେ ୭ରେ ଅନ୍ତିମ ନୀତି ଅର୍ଥାତ ବଡ ସିଂହାର ନୀତି ବଢି ପହୁଡ ପଡିବ । ଅନୁରୂପ ଭାବେ କପିଳେଶ୍ୱର ମନ୍ଦିରରେ ମଧ୍ୟ ପହିଲି ଭୋଗ ନୀତି ପାଳନ କରାଯିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme