Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦ୍ବିତୀୟ ଟି୨୦ରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ…

Posted on November 1, 2025

ଦ୍ବିତୀୟ ଟି୨୦ରେ ଭାରତକୁ ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ । ଆଜି ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମନା କରିଥିବା ଭାରତୀୟ ଦଳ ମାତ୍ର ୧୨୫ ରନ୍ କରି ପାରିଥିଲା । ଜବାବରେ ଘରୋଇ ଅଷ୍ଟ୍ରେଲିଆ ଦଳ ୬ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା ।

ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଅଧିନାୟକ ତଥା ଓପ୍ନର ମିଚେଲ ମାର୍ଶ ଭାରତୀୟ ବୋଲରଙ୍କୁ ଖୁବ୍ ଧୁଲେଇ କରି ୨୬ ବଲରେ ୪୬ ରନ୍ କରିଥିଲେ । ଟ୍ରାଭିସ ହେଡ୍ ୧୫ ବଲରେ ୨୮, ଯୋଶ୍ ଇଂଲିଶ୍ ୨୦ ରନ୍ ସ୍କୋର କରିଥିଲେ । ୧୩.୨ ଓଭରରେ ଅଷ୍ଟେଲିଆ ଖେଳ ସାରି ଦେଇଥିଲା । ଭାରତ ପକ୍ଷରୁ ବୁମରା, ବରୁଣ, କୁଲଦୀପ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଭାରତୀୟ ଦଳ ମାତ୍ର ୪୯ ରନରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ତେବେ ଓପ୍ନର ଅଭିଷେକ ଶର୍ମା ୩୭ ବଲରେ ବିସ୍ଫୋରକ ୬୮ ରନ୍ କରିଥିବା ବେଳେ ହର୍ଷିତ ରାଣା ୩୫ ରନ୍ କରିବା ଫଳରେ ଦଳ ୧୨୫ ରନରେ ପହଞ୍ଚି ପାରିଥିଲା । ତେବେ ଭାରତୀୟ ଦଳ ପୂରା ୨୦ ଓଭର ଖେଳି ନପାରି ୧୮.୪ ଓଭରରେ ଅଲଆଉଟ୍ ହୋଇ ଯାଇଥିଲା । ଶୁବମନ ଗିଲ୍ ୫ ଓ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମାତ୍ର ୧ ରନ୍ କରି ପାରିଥିଲେ ।

ଏହି ବିଜୟ ସହ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ପୂର୍ବରୁ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ତୃତୀୟ ମ୍ୟାଚ୍ ନଭେମ୍ବର ୨ ତାରିଖ ଦିନ ହୋବାର୍ଟ ଠାରେ ଖେଳା ଯିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme