Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦେଶର ଷଷ୍ଠ ପ୍ରଦୂଷିତ ସହର ଅନୁଗୁଳ; ଏକ୍ୟୁଆଇ ୩୪୦କୁ ବୃଦ୍ଧି

Posted on November 26, 2025

ଅନୁଗୁଳ ସହରରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିକୁ ଯାଇଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ମାନ ୩୪୦କୁ ବଢ଼ିଯାଇଛି । ମଙ୍ଗଳବାର ଏହା ଦେଶର ଷଷ୍ଠ ପ୍ରଦୂଷିତ ସହର ପାଲଟିଛି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ବଳୟ ମଧ୍ୟ ସୃଷ୍ଟି ହୋଇଛି । ଆକାଶ ଧୂଆଁଳିଆ ହେବା ସହ ଏକ୍ୟୁଆଇ ଅତି ନିମ୍ନସ୍ତରକୁ ଖସିଛି । ପ୍ରଦୂଷଣ ଅସହ୍ୟ ହେବାରୁ ଦେଶର ରାଜଧାନୀ ଦିଲ୍ଲୀରେ ୱାର୍କ ଫ୍ରମ୍ ହୋମ୍ ଚାଲିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ମଙ୍ଗଳବାର ଉତ୍ତର ପ୍ରଦେଶର ହାପୁର ସହର ସବୁଠୁ ପ୍ରଦୂଷିତ ସହର ପାଲଟିଥିଲା । ନଏଡା, ଗ୍ରେଟର ନଏଡା ଓ ଦିଲ୍ଲୀରେ ମଧ୍ୟ ପ୍ରଦୂଷଣ ଅତି ଭୟଙ୍କର ସ୍ତରକୁ ଚାଲିଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଦୂଷଣ ସ୍ଥିତି ମଧ୍ୟ ଉଦ୍ବେଗଜନକ ରହିଛି । ଶିଳ୍ପସମୃଦ୍ଧ ଓ ଖଣିଜ ସମ୍ପଦରେ ଭରପୂର ଅନୁଗୁଳ ଜିଲ୍ଲାର ଆକାଶରେ ଏବେ ବିଷାକ୍ତ ପ୍ରଦୂଷଣ କଣିକା ବୁଲୁଛି । ଏଠାରେ ଏକ୍ୟୁଆଇ ୩୪୦କୁ ବଢ଼ିବା ସହିତ ବାୟୁର ମାନ ଅତି ନିମ୍ନସ୍ତରକୁ ଖସିଛି । ଏହି ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଅଧିକ ସମୟ ଆସିଲେ ଏହା ଶ୍ୱାସକ୍ରିୟା ଜନିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ସିପିସିବି ଚେତାଇ ଦେଇଛି ।

ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ ସ୍ଥିତିକୁ ଯାଇଛି । କଟକରେ ଏକ୍ୟୁଆଇ ୩୩୨, ଭୁବନେଶ୍ୱରରେ ୩୨୧ ରହିଛି । ଅନୁଗୁଳ ପରେ ଏହି ଦୁଇ ସହର ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ପାଲଟିଛନ୍ତି । ପ୍ରଦୂଷଣ ବଢ଼ିବା ଯୋଗୁ ରାଜଧାନୀରେ ଦିନବେଳା କୁହୁଡ଼ି ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଆକାଶ ଧୂଆଁଳିଆ ହୋଇଥିଲା ଏବଂ ଦୃଶ୍ୟମାନ ଦୂରତା କମିଯାଇଥିଲା । କିଛି ମିଟର ଆଗରେ ଥିବା ଗାଡ଼ି ବା କୋଠାକୁ ଦେଖିବା ସମ୍ଭବ ହୋଇନଥିଲା । ଏଭଳି ପ୍ରଦୂଷଣକୁ ଦେଖି କିଛି ଲୋକ ମାସ୍କ ପିନ୍ଧି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା । ସହରରେ ଦିନକୁ ଦିନ କଂକ୍ରିଟ୍ ବିକାଶ ହେଉଛି । ଲକ୍ଷାଧିକ ଯାନବାହନ ଚଳାଚଳ କରୁଛି । ସବୁଜିମା ନଷ୍ଟ ହେବା ସହ ଶିଳ୍ପ ସଂସ୍ଥା ପ୍ରଦୂଷଣ ବଢ଼ାଉଛନ୍ତି । ଶୀତ ଦିନ ପାଇଁ ପ୍ରଦୂଷଣ ଏଭଳି ଉପରମୁହାଁ ହୋଇଥିବା ପରିବେଶବିତ୍ମାନେ କହିଛନ୍ତି । ଖାଲି ଟ୍ୱିନ୍ ସିଟି ନୁହେଁ, ବାଲେଶ୍ୱରରେ ପ୍ରଦୂଷଣ ସ୍ତର ହଠାତ୍ ବଢ଼ିଯାଇଛି । ଏଠାରେ ଏକ୍ୟୁଆଇ ୩୧୩ ରହିଛି । ବଡ଼ବିଲରେ ଏକ୍ୟୁଆଇ ୨୭୧, ବାରିପଦାରେ ୨୬୫, ତାଳଚେରରେ ୨୪୪ ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme