Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁର୍ଘଟଣାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

Posted on November 10, 2025

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ବିଷ୍ଣୁପୁର ଗାଁ ନିକଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା । ବାଇକ୍‌କୁ ପଛରୁ ଧକ୍କାଦେଲା ବାଉଁଶ ବୋଝେଇ ଗାଡ଼ି । ଦୁର୍ଘଟଣାରେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ରମଣି କାଲୋଙ୍କ ମୃତ୍ୟୁ ହୋଇଛି ।

ସୂତନା ମୁତାବକ, ଦେଓଭୁବନପୁର ପଞ୍ଚାୟତ ଅନ୍ତର୍ଗତ ଦୁବେଦାଣ୍ଡ ଗ୍ରାମର ବାସିନ୍ଦା ଚିତ୍ରମଣି କାଲୋ ଏକ ବାଇକ୍‌ରେ ଦୁବେଦାଣ୍ଡରୁ କିଞ୍ଜିରକେଲା ଅଭିମୁଖେ ଯାଉଥିଲେ । ସୋମବାର ସକାଳ ପ୍ରାୟ ୧୦ଟାରେ ଗୋଟିଏ ଅଜଣା ଲୋକ ବାଉଁଶ କାଟି ବୋହିକି ନେଉଥିବା ସମୟରେ ବାଇକ୍‌ଟିକୁ ପଛରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କିଞ୍ଜିରକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ସେପଟେ ଘଟଣା ସମ୍ବନ୍ଧରେ ପରିବାର ଲୋକେ କିଞ୍ଜିରକେଲା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହିତ, ବାଉଁଶ ବୋହିକି ନେଉଥିବା ଅଜଣା ବ୍ୟକ୍ତିଙ୍କ ପରିଚୟ ଓ ଘଟଣାର ସଠିକ୍ ପରିସ୍ଥିତି ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme