Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ସୁନାଚେନ ଲୁଟେରାଙ୍କ ସହ ଛଅ ଜଣ ଗିରଫ ।

Posted on November 8, 2025

ତାଳଚେର ପୋଲିସ ହାବୁଡ଼ରେ ଚେନ ଛିନତାଇ ଗ୍ୟାଙ୍ଗ । ଗତ କିଛି ବର୍ଷ ହେବ ତାଳଚେର ଓ ଏହାର ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇନେଇ ଯାଉଥିବା ଏକ ଗ୍ୟାଙ୍ଗକୁ ତାଳଚେର ପୋଲିସ କାବୁ କରିବାରେ ସଫଳ ହୋଇଛି ।ଗିରଫ ମାନଙ୍କ ମଧ୍ୟରେ ଦୁଇଜଣ ଲୁଟେରା ଥିବାବେଳେ ଚାରିଜଣ ସୁନା କିଣିଥିବା ଲୋକ ଅଛନ୍ତି । ଗିରଫ ଲୁଟେରା ଦୁଇଜଣ ହେଲେ ସ୍କଟଲାଣ୍ଡପୁରୁ ଗାଁର ସୁଶୀଲ ନାଏକ ଓ ଖମଣା ଗାଁର ଅଖିଳ ନାଏକ । ଏମାନଙ୍କ ନାମରେ ୧୩ଟି ମାମଲା ରହିଥିବା ବେଳେ ସେମାନଙ୍କ ସହଯୋଗୀ ଭିକି ନାଏକ ନାଁ ରେ ୩୮ଟି ମାମଲା ରହିଛି । ତେବେ ଭିକି ଏବେ ଫେରାର ଥିବାବେଳେ ତାକୁ ଧରିବାକୁ ପୋଲିସ ଚେଷ୍ଟା ଜାରୀରଖିଛି ।

ଅନ୍ୟପଟେ ଏମାନଙ୍କ ପାଖରୁ ସୁନା ରଖିଥିବା ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ପୁର ଗାଁର ହରମୋହନ ତ୍ରିପାଠୀ, ନନ୍ଦିରା ର ଅକ୍ଷୟ ନାୟକ ଓ ଡ଼ଅଂରା ଗ୍ରାମର ବିକାଶ ନାଏକ , ପ୍ରଭାତ ନାଏକ ।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଭୁଜାଲି , ୫ଟି ସୁନାଚେନ , ୪୪ହଜାର ଟଙ୍କା ,ମୋବାଇଲ ସହ ଦୁଇଟି ମୋଟର ସାଇକେଲ ଜବତ ହୋଇଥିବା ଅନୁଗୁଳ ଏସ୍ପି ରାହୁଳ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme