Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ଦିନ ଯାଏ କମିବନି ଜାଡ଼, ୧୫ ଡିଗ୍ରୀ ତଳେ ୨୧ ସହର

Posted on November 13, 2025

ରାଜ୍ୟରେ ପ୍ରବେଶ କରିଛି ଉତ୍ତରା ଥଣ୍ଡା ପବନ । ମଙ୍ଗଳବାର ରାତିରୁ ଖସିଛି ପାରଦ । ବଢ଼ିଛି ଥଣ୍ଡା । ଆଗାମୀ ଦୁଇ ଦିନ ପୂର୍ବରୁ ଥଣ୍ଡା କମିବାର ନାହିଁ । ୨୧ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ଥିବାବେଳେ ଜି.ଉଦୟଗିରି ୮.୭ ଡିଗ୍ରୀକୁ ଖସି ଆସିଛି । ସ୍ୱାଭାବିକଠାରୁ ୩ରୁ ସାଢ଼େ ୬ ଡିଗ୍ରୀ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରା କମିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏଭଳି ଥଣ୍ଡା ଆହୁରି ୩ ଦିନ ରହିବ । ତା’ପରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ଅଛି । ମଙ୍ଗଳବାର ବିଳମ୍ବିତ ରାତିରୁ ରାଜ୍ୟକୁ ଉତ୍ତର ଦିଗରୁ ଶୁଷ୍କ ପବନ ବହିବା ଆରମ୍ଭ କରିଛି ।

ବୁଧବାର ଭୋରବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିଥିବା ବେଳେ ଉପକୂଳ ଅଞ୍ଚଳରେ ମଧ୍ୟ ହାଲୁକା ଥଣ୍ଡା ଅନୁଭୂତ ହୋଇଥିଲା ସକାଳେ । ଦାରିଙ୍ଗିବାଡ଼ି ଓ ଜି.ଉଦୟଗିରି ପଛକୁ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ, ରାଉରକେଲା ୧୦.୫, ଝାରସୁଗୁଡ଼ା ୧୦.୬, ସମ୍ବଲପୁରର ଚିପିଲିମା ୧୦.୯, ସୁନ୍ଦରଗଡ଼ର କିରେଇ ୧୧.୩, କେନ୍ଦୁଝର ୧୨.୪, ଅନୁଗୁଳ ୧୨.୬, ସୁନ୍ଦରଗଡ଼ ୧୨.୬, କୋରାପୁଟ ୧୩.୨, ସେମିଳିଗୁଡ଼ା ୧୩.୨, ବଲାଙ୍ଗିର ୧୩.୩, ଭବାନୀପାଟଣା ୧୩.୫, ଢେଙ୍କାନାଳ ୧୩.୫, ସୋନପୁର ୧୪.୧, ସମ୍ବଲପୁର ୧୪.୨, ହୀରାକୁଦ ୧୪.୮, ଯାଜପୁର ୧୪.୬, ମହିଷାପାଟ ୧୪.୬, କଟକ ୧୫.୨, ଭୁବନେଶ୍ୱର ୧୫.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଝାରସୁଗୁଡ଼ା ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ସାଢ଼େ ୬ ଡିଗ୍ରୀ କମିଛି । ଅନୁଗୁଳର ରାତି ତାପମାତ୍ରା ସ୍ୱାଭାବିକଠାରୁ ୫.୨ ଡିଗ୍ରୀ, ଭୁବନେଶ୍ୱର ୩.୯, ଟିଟିଲାଗଡ଼ ୩.୭, କଟକ ୩.୫, କେନ୍ଦୁଝର ୩.୩ ଡିଗ୍ରୀ କମ୍ ଅଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme