Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ଦିନରେ ଆହୁରି ୨ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା

Posted on November 6, 2025

ଅଚାନକ ଖସିଲା ପାରଦ । କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ ।  ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି ।  ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ  ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ ପ୍ରକୋପ ଆହୁରି ବଢ଼ିପାରେ । ଆସନ୍ତା ୨ ଦିନ ଭିତରେ  ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ  ସେଲସିୟସ ରେକର୍ଡ ହୋଇଛି । ଦିନକ ତଳେ ଥିଲା ୧୫ ।  ଦାରିଙ୍ଗିବାଡ଼ିରେ ବି ପାରଦ ୧୪ ଡିଗ୍ରୀକୁ ଖସି ଆସିଛି ।  ଝାରସୁଗୁଡ଼ା ତାପମାତ୍ରା ପୂର୍ବ ରାତି ତୁଳନାରେ ୩.୩  ଡିଗ୍ରୀ କମି ୧୪.୫ ଡିଗ୍ରୀରେ ପହଞ୍ଚିଥିବା ବେଳେ ଅନୁଗୁଳ  ୧୫ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ରାତି ତୁଳନାରେ  ଅନୁଗୁଳ ତାପମାତ୍ରା ୩ ଡିଗ୍ରୀ କମିଛି । ରାଉରକେଲା  ସର୍ବନିମ୍ନ ତାପମାତ୍ରା ୧୫.୫, କେନ୍ଦୁଝର ୧୫.୨, ଢେଙ୍କାନାଳ ୧୫.୮ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳରେ ତାପମାତ୍ରା  ଅସ୍ୱାଭାବିକ ହାରରେ କମିଛି । ପୂର୍ବ ରାତିରେ ୨୨.୧ ଡିଗ୍ରୀ  ଥିବାବେଳେ ୬.୩ ଡିଗ୍ରୀ କମିଯାଇଛି ୨୪ ଘଣ୍ଟାରେ। 

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଓ  କଟକ ୧୭.୬ ଡିଗ୍ରୀ ରହିଛି । ଦିନକ ତଳେ ଭୁବନେଶ୍ୱର  ୨୦.୮ ଡିଗ୍ରୀ ଓ କଟକ ୨୦.୨ ଡିଗ୍ରୀ ଥିଲା । ଭୁବନେଶ୍ୱରରେ  ପୂର୍ବ ରାତି ତୁଳନାରେ ୩.୮ ଡିଗ୍ରୀ ଓ କଟକରେ ୨.୬  ଡିଗ୍ରୀ କମିଛି ତାପମାତ୍ରା । ନଭେମ୍ବର ପହିଲାରୁ ଆଜି ସୁଦ୍ଧା  ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ କମିଛି।  ନଭେମ୍ବର ୧ରେ ୨୫ ଡିଗ୍ରୀ, ୨ ତାରିଖରେ ୨୪ ଡିଗ୍ରୀ,  ୩ ତାରିଖରେ ୨୨.୬ ଡିଗ୍ରୀ, ୪ ତାରିଖରେ ୨୦.୮ ଡିଗ୍ରୀ  ଏବଂ ୫ ତାରିଖରେ ୧୭ ଡିଗ୍ରୀରେ ପହଞ୍ଚିଛି। 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ୧୦ ତାରିଖ  ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୧୦  ତାରିଖ ପରେ ତାପମାତ୍ରା ଆହୁରି କମିବା ସହ ଶୀତ  ବଢ଼ିବ । ଚଳିତବର୍ଷ ଶୀତ ପ୍ରକୋପ ଅଧିକ ରହିପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme