
ସୁନ୍ଦରଗଡର ରିଜେଣ୍ଟ ମାର୍କେଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଘଟଣାରେ ଟାଉନ ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ ସ୍ଵତନ୍ତ୍ର ପୁଲିସ ଟିମ୍ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୧୦ ଜଣଙ୍କୁ ଧରିବା ଲାଗି ଭିନ୍ନ ଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଗୋ ମାଂସ ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
