Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୀର୍ଘ ପ୍ରତିକ୍ଷାର ଅନ୍ତ: ୨୦୨୭ ମାର୍ଚ୍ଚରେ କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲର ପ୍ରଥମ ୟୁନିଟ୍

Posted on January 13, 2026

ଦୀର୍ଘ ପ୍ରତିକ୍ଷାର ହେବ ଅନ୍ତ । ଆସନ୍ତା ୨୦୨୭ ମାର୍ଚ୍ଚ ବେଳକୁ କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲର ପ୍ରଥମ ୟୁନିଟ୍‌। ଏଠାରୁ ପ୍ରଥମ ପର୍ଯ୍ୟାୟ‌ରେ ୬୨୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହେବ। ଏନେଇ ଏନ୍‌ଟିପିସିର ଇଡି ବିଜୟ ଚାନ୍ଦ ସୂଚନା ଦେଇଛନ୍ତି। ତାଙ୍କର ଏହି ସୂଚନା ସହ ଟିଟିପିଏସ୍‌ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି।ତାଳଚେର ଟିଟିପିଏସ୍‌ ବନ୍ଦ ହୋଇଯିବା ପରେ ଏହାର ନବୀକରଣ କାମ ‌ଜୋର୍‌ସାର୍‌ରେ ଚାଲିଛି। ଏଠାରେ ୧୩ ଶହ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପ୍ରକଳ୍ପ କାମ ଚାଲିଛି। ଏହି ପ୍ରକଳ୍ପର ପ୍ରଥମ ୟୁନିଟ୍ ଆସନ୍ତା ୨୦୨୭ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଦ୍ବିତୀୟ ୟୁନିଟ୍‌ ୨୦୨୭ ଡିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଇଡି ଶ୍ରୀ ଚାନ୍ଦ କହିଛନ୍ତି। ଏଠାରୁ ହେବାକୁ ଥିବା ବିଦ୍ୟୁତ୍‌ ଉତ୍ପାଦନରୁ ୫୦ ପ୍ରତିଶତ ଓଡ଼ିଶା ସରକାରଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ବଳକା ୫୦ ପ୍ରତିଶତ ଭାରତ ସରକାରଙ୍କୁ ପ୍ରଦାନ କରାଯିବ। ଏହି ଦୁଇଟି ୟୁନିଟ୍‌ ପାଇଁ ପ୍ରାୟ ୧୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଞ୍ଚଳିକ ପାରିପାର୍ଶ୍ବିକ ଉନ୍ନତି ପାଇଁ ୨୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆ ଯାଇଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଇଥିବା ସେ କହିଛନ୍ତି। ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ଏବଂ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ ପାଇଁ ବନ ବିଭାଗକୁ ୯୦ ହଜାର ଟଙ୍କା ପୈଠ କରିଥିବା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାପରେ ୯୦ ପ୍ରତିଶତ ସ୍ଥାନୀୟ ଯୁବକଯୁବତୀ ଯୋଗ୍ୟତାଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ବର୍ତ୍ତମାନ ଏକ ଠିକାସଂସ୍ଥା କାମ କରୁଥିବା ବେଳେ ସେଥିରେ ୫ ହଜାର ଶ୍ରମିକଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୬୦ ପ୍ରତିଶତ ଲୋକ କାମ କରୁଥିବା ସେ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme