Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୀର୍ଘଦିନ ପରେ ଫେରିଲେ ପନ୍ତ, ମିଳିଲା ଅଧିନାୟକ ଦାୟିତ୍ବ…

Posted on October 21, 2025

ଦୀର୍ଘଦିନ ପରେ ରିଷଭ ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ବ । ଆହତଜନିତ ସମସ୍ୟା ଯୋଗୁଁ କିଛିଦିନ ହେଲାଣି ଟିମରୁ ବାଦ୍ ପଡିଥିଲେ । ଏବେ ସଂପୂର୍ଣ୍ଣଫିଟ୍ ହେବା ପରେ ମଇଦାନକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦୀର୍ଘ ୩ ମାସ ଟିମରୁ ବାଦ୍ ପଡିବା ପରେ ଏବେ ଅଧିନାୟକ ଦାୟିତ୍ବ ମିଳିଛି । ସାଉଥ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ ପାଇଁ ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି । ଏଥିରେ ଦୁଇଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ୍ ଖେଳାଯିବ ।

ବିସିସିଆଇର ସିନିଅର ପୁରୁଷ ଚୟନକର୍ତ୍ତା କମିଟି ସାଉଥ ଆଫ୍ରିକା ଏ ବିପକ୍ଷରେ ଖେଳାଯିବାକୁ ଥିବା ୨/୪ ଦିବସୀୟ ମ୍ୟାଚ୍ ପାଇଁ ଭାରତ ଏ ଟିମ୍ ଘୋଷଣା କରିଛି । ଏହି ଦୁଇଟି ମ୍ୟାଚ୍ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟ ଅଫ୍ ଏକ୍ସଲେନ୍ସୀରେ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ-ଏର ଅଧିନାୟକ ହୋଇଛନ୍ତି ରିଷଭ ପନ୍ତ ।

ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ସାଇ ସୁଦର୍ଶନଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଇଣ୍ଡିଆ-ଏ ସାଉଥ ଆଫ୍ରିକା –ଏ ମଧ୍ୟରେ ୩୦ ଅକ୍ଟୋବରରୁ ୨ ନଭେମ୍ବର ଯାଏଁ ମ୍ୟାଚ୍ ଖେଳାଯିବ । ଏହାପରେ ଦ୍ବିତୀୟ ମ୍ୟାଚ୍ ୬ ନଭେମ୍ବରରୁ ୯ ନଭେମ୍ବର ଯାଏଁ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଟିମରେ ଦେବଦତ୍ତ ପାଡିକ୍କିଲ, ଧ୍ରୁବ ଜୁରେଲ ଏବଂ ମହମ୍ମଦ ସିରାଜ ମଧ୍ୟ ସାମିଲ ଅଛନ୍ତି ।

ପ୍ରଥମ ଚାରିଦିବସୀୟ ମ୍ୟାଚ୍ ପାଇଁ ଟିମ-ଏ : ରିଷଭ ପନ୍ତ (ଅଧିନାୟକ/ୱିକେଟକିପର), ଆୟୁଷ ମହାତ୍ରେ, ଏନ ଜଗଦୀଶନ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କିଲ, ରଜତ ପାଟିଦାର, ହର୍ଷ ଦୁବେ, ତନୁଶ କୋଟିୟାନ, ମାନବ ସୁଥାର, ଅଂଶୁଲ କମ୍ବୋଜ, ୟଶ ଠାକୁର, ଆୟୁଷ ବଡାନୀ, ସାରାଂଶ ଜୈନ ।

ଦ୍ବିତୀୟ ଚାରିଦିବସୀୟ ମ୍ୟାଚ୍ ପାଇଁ ଟିମ-ଏ : ରିଷଭ ପନ୍ତ (ଅଧିନାୟକ/ୱିକେଟକିପର), କେଏଲ ରାହୁଲ, ଧ୍ରୁବ ଜୁରେଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କିଲ, ଋତୁରାଜ ଗାଏକ୍ବାଡ, ହର୍ଷ ଦୁବେ, ତନୁଶ କୋଟିୟାନ, ମାନବ ସୁଥାର, ଖଲୀଲ ଅହମଦ, ଗୁର୍ନୁର ବ୍ରାର, ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଆକାଶଦୀପ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme