
ଦୀର୍ଘଦିନ ପରେ ରିଷଭ ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ବ । ଆହତଜନିତ ସମସ୍ୟା ଯୋଗୁଁ କିଛିଦିନ ହେଲାଣି ଟିମରୁ ବାଦ୍ ପଡିଥିଲେ । ଏବେ ସଂପୂର୍ଣ୍ଣଫିଟ୍ ହେବା ପରେ ମଇଦାନକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦୀର୍ଘ ୩ ମାସ ଟିମରୁ ବାଦ୍ ପଡିବା ପରେ ଏବେ ଅଧିନାୟକ ଦାୟିତ୍ବ ମିଳିଛି । ସାଉଥ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ ପାଇଁ ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି । ଏଥିରେ ଦୁଇଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ୍ ଖେଳାଯିବ ।
ବିସିସିଆଇର ସିନିଅର ପୁରୁଷ ଚୟନକର୍ତ୍ତା କମିଟି ସାଉଥ ଆଫ୍ରିକା ଏ ବିପକ୍ଷରେ ଖେଳାଯିବାକୁ ଥିବା ୨/୪ ଦିବସୀୟ ମ୍ୟାଚ୍ ପାଇଁ ଭାରତ ଏ ଟିମ୍ ଘୋଷଣା କରିଛି । ଏହି ଦୁଇଟି ମ୍ୟାଚ୍ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟ ଅଫ୍ ଏକ୍ସଲେନ୍ସୀରେ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ-ଏର ଅଧିନାୟକ ହୋଇଛନ୍ତି ରିଷଭ ପନ୍ତ ।
ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ସାଇ ସୁଦର୍ଶନଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଇଣ୍ଡିଆ-ଏ ସାଉଥ ଆଫ୍ରିକା –ଏ ମଧ୍ୟରେ ୩୦ ଅକ୍ଟୋବରରୁ ୨ ନଭେମ୍ବର ଯାଏଁ ମ୍ୟାଚ୍ ଖେଳାଯିବ । ଏହାପରେ ଦ୍ବିତୀୟ ମ୍ୟାଚ୍ ୬ ନଭେମ୍ବରରୁ ୯ ନଭେମ୍ବର ଯାଏଁ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଟିମରେ ଦେବଦତ୍ତ ପାଡିକ୍କିଲ, ଧ୍ରୁବ ଜୁରେଲ ଏବଂ ମହମ୍ମଦ ସିରାଜ ମଧ୍ୟ ସାମିଲ ଅଛନ୍ତି ।
ପ୍ରଥମ ଚାରିଦିବସୀୟ ମ୍ୟାଚ୍ ପାଇଁ ଟିମ-ଏ : ରିଷଭ ପନ୍ତ (ଅଧିନାୟକ/ୱିକେଟକିପର), ଆୟୁଷ ମହାତ୍ରେ, ଏନ ଜଗଦୀଶନ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କିଲ, ରଜତ ପାଟିଦାର, ହର୍ଷ ଦୁବେ, ତନୁଶ କୋଟିୟାନ, ମାନବ ସୁଥାର, ଅଂଶୁଲ କମ୍ବୋଜ, ୟଶ ଠାକୁର, ଆୟୁଷ ବଡାନୀ, ସାରାଂଶ ଜୈନ ।
ଦ୍ବିତୀୟ ଚାରିଦିବସୀୟ ମ୍ୟାଚ୍ ପାଇଁ ଟିମ-ଏ : ରିଷଭ ପନ୍ତ (ଅଧିନାୟକ/ୱିକେଟକିପର), କେଏଲ ରାହୁଲ, ଧ୍ରୁବ ଜୁରେଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କିଲ, ଋତୁରାଜ ଗାଏକ୍ବାଡ, ହର୍ଷ ଦୁବେ, ତନୁଶ କୋଟିୟାନ, ମାନବ ସୁଥାର, ଖଲୀଲ ଅହମଦ, ଗୁର୍ନୁର ବ୍ରାର, ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଆକାଶଦୀପ ।

