Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିନକୁ ଖାଆନ୍ତୁ ମୁଠାଏ ଚିନାବାଦାମ

Posted on December 13, 2025

ଚିନାବାଦାମ ହେଉଛି ଗୋଟିଏ ପୃଷ୍ଟିକର ଖାଦ୍ୟ । ଶୀତଋତୁରେ ପ୍ରତିଦିନ ସନ୍ଧ୍ୟାରେ ବାଦାମ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳତା ଆସିବା ସହ ସ୍ୱାସ୍ଥ୍ୟ ଏବଂ ଶକ୍ତି ବୃଦ୍ଧି ପାଇଥାଏ । ହେଲେ ଆପଣ ଜାଣନ୍ତି କି ପ୍ରତିଦିନ ଚିନାବାଦାମ କେତେ ପରିମାଣରେ ଖାଇବା ଉଚିତ।  ଏହା ପ୍ରୋଟିନ, ମ୍ୟାଗ୍ନେସିୟମ, ଭିଟାମିନ-ଇ’ ଏବଂ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍କୃଷ୍ଠ ଉତ୍ସ । ଶରୀରରେ ଫ୍ୟାଟ ଏବଂ ପ୍ରୋଟିନ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ ବାଦାମ । ତେଣୁ ଦିନକୁ ପ୍ରାୟ ୧୨୦- ୧୭୦ କ୍ୟାଲୋରୀ ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ।

ବାଦାମରେ ଥିବା ସୁସ୍ଥ ଚର୍ବି ଏବଂ ଭିଟାମିନ-ଇ ଚର୍ମକୁ ପୋଷଣ ଦେବାରେ ସାହାଯ୍ୟ କରେ । ଏଥିରେ ଥିବା ବାୟୋଟିନ୍‌ କେଶକୁ ମଜବୁତ କରେ ଏବଂ କେଶ ଝଡିବାକୁ ରୋକିଥାଏ । ଯଦିଓ ଚିନାବାଦାମରେ ପୁଷ୍ଟିସାର ଅଧିକ ରହିଥାଏ, ତଥାପି ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍‌ । ପ୍ରତିଦିନ ଅଧିକ ମାତ୍ରାର ବାଦାମ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇବା ସହ ରକ୍ତଚାପ ମଧ୍ୟ ବୃଦ୍ଧି ପାଇପାରେ । ଏହାବ୍ୟତୀତ ଆଲର୍ଜି ଥିବା ଲୋକଙ୍କ ପାଇଁ ହାଲୁକା କୁଣ୍ଡେଇ ହେବାଠାରୁ ଜୀବନ ଘାତକ ଆନାଫାଇଲାକ୍ସିସ ପର୍ଯ୍ୟନ୍ତ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ । କାରଣ ଏଥିରେ ଆଫ୍ଲାଟକ୍ସିନ୍‌ ପରି ବିଷାକ୍ତ ଫଙ୍ଗାଲ ପଦାର୍ଥ ଥାଇପାରେ, ଯାହା ଯକୃତ ସମସ୍ୟା ସୃଷ୍ଟି କରିପାରେ । ଭଲ ପୋଷକ ତତ୍ତ୍ୱ ପାଇବା ପାଇଁ, କଞ୍ଚା ବାଦାମକୁ ଭାଜିବା ପୂର୍ବରୁ କିଛି ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ ।

ଗୁଡ ସହିତ ବାଦାମ ମିଶାଇ ଚିକି ଭାବେ ଖାଇବା ଦ୍ୱାରା ଲୌହ ଏବଂ ପ୍ରୋଟିନ୍‌ ଏକାଠି ପାଇବାର ଏକ ସ୍ମାର୍ଟ ଉପାୟ । ଫଳ କିମ୍ବା ସାଲାଡ ସହିତ ବାଦାମ ମିଶାଇ ଖାଇବା ଆଉ ଏକ ସୁସ୍ଥ ବିକଳ୍ପ । କାରଣ ଏହା ସ୍ୱାଦିଷ୍ଟ ଲାଗିବା ସହ ମନ ହାଲୁକା କରିଥାଏ । କୋଲେଷ୍ଟେରଲ୍‌ ବା ଚର୍ବି କମ୍‌ କରିବା ପାଇଁ ସିଝା କିମ୍ବା ଶୁଖିଲା-ଭଜା ବାଦାମ ଖାଇବା ଶରୀର ପାଇଁ ହିତକାର । ଚିନାବାଦାମ ଶରୀରକୁ ଉଷ୍ମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ଓ ସ୍ୱାସ୍ଥ୍ୟ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ । ତଥାପି ବିଶେଷଜ୍ଞମାନେ ଦିନକୁ ଗୋଟିଏ ମୁଠାରୁ ଅଧିକ ବାଦାମ ଖାଇବା ଉଚିତ୍‌ ନୁହେଁ ବୋଲି ମତ ଦିଅନ୍ତି ।
 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme