Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଗବାରେଣୀଠୁ ଶୁଭ ପ୍ୟାଲେସ୍‌ ଛକ ଅଟୋ, ଟୋଟୋ ମନା: ଅପରାହ୍ଣ ୩ଟାରୁ ରାତି ୧୦ ପର୍ଯ୍ୟନ୍ତ କଟକଣା

Posted on December 16, 2025

ଆଗକୁ ବଡ଼ଦିନ ଓ ନୂଆବର୍ଷ । ଏବେଠୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ସନ୍ଧ୍ୟା ସମୟରେ ବେଳାମାର୍ଗରେ ଗାଡ଼ି ମାତ୍ରାଧିକ ଜାମ୍ ହେଉଛି। ବିଶେଷକରି ବହୁ ସଂଖ୍ୟାରେ ଅଟୋ ଓ ଟୋଟୋ ସମେତ ଅନ୍ୟାନ୍ୟ ଗାଡ଼ି ଲାଗି ଅସମ୍ଭାଳ ଭିଡ଼ ଜମୁଛି । ଯାତାୟାତ ଏକପ୍ରକାର ଠପ୍ ହୋଇଯାଉଛି । ଚାଲିକି ଯିବା ମଧ୍ୟ କଷ୍ଟଦାୟକ ହେଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୁଲିସ ପକ୍ଷରୁ ବେଳାଭୂମି ମାର୍ଗରେ ଜାରି ହୋଇଛି କଟକଣା ।

ଦିଗବାରେଣୀଠୁ ଶୁଭପ୍ୟାଲେସ ହୋଟେଲ ଛକ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅଟୋ ଓ ଟୋଟୋ ଚଳାଚଳରେ କଟକଣା ଜାରି କରାଯାଇଥିବା ଟ୍ରାଫିକ ଥାନା ଅଧିକାରୀ ଦାୟିତ୍ୱରେ ରହିଥିବା ଡିଏସ୍ପି ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି । ଏହି କଟକଣା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଟ୍ରାଫିକ ପୁଲିସ ପକ୍ଷରୁ ଲଗାଇଯାଇଥିବା କଟକଣାକୁ ମାନିବାକୁ ଅଟୋ ଓ ଟୋଟୋ ଚାଳକମାନଙ୍କୁ ସ୍ପଷ୍ଟ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme