Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦଶହରାରେ ଗଡ଼ିଲା ମୁଣ୍ଡ; ସ୍ତ୍ରୀଙ୍କୁ ହାଣିଲେ ଏବିଡିଓ, କେନ୍ଦୁଝର ଜିଲ୍ଲା ଡଅଁର ଗ୍ରାମରେ ଚାଞ୍ଚଲ୍ୟକର ଘଟଣା

Posted on October 3, 2025

ବିଜୟା ଦଶମୀରେ ଗଡ଼ିଲା ମୁଣ୍ଡ । ସ୍ତ୍ରୀଙ୍କୁ ହାଣି ରକ୍ତର ହୋଲି ଖେଳିଲେ ଜଣେ ଏବିଡିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ କାର୍ଯ୍ୟରତ ଏବିଡିଓ ଦେବୀ ପ୍ରସାଦ ଜେନା ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡ଼ଅଁର ଗାଁରେ ଥିବା ନିଜର ପୈତୃକ ବାସଭବନରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଡଅଁର ଗ୍ରାମର ଦେବୀ ପ୍ରସାଦ ଜେନା ବନ୍ତ ବ୍ଲକରେ ଏବିଡିଓ ଭାବେ କାର୍ଯ୍ୟରତ । ସ୍ୱାମୀଙ୍କ ପରକିୟା ପ୍ରୀତି କାରଣରୁ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଏନେଇ ପତ୍ନୀ ନନ୍ଦିପଦା ଥାନା ଓ ବନ୍ତ ବ୍ଲକ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବେଳେ ଗୁରୁବାର ସକାଳ ସମୟରେ ଏବିଡିଓ ଦେବୀ ପ୍ରସାଦ ଜେନା ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀଙ୍କ ବେକକୁ ହାଣି ଦେଇଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ସେ ଚିତ୍କାର କରିଥିଲେ । ପାଟି ଶୁଣି ପଡୋଶୀମାନେ ଆସି ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇନଥିବାବେଳେ ଅଭିଯୁକ୍ତ ଏବିଡିଓ ଫେରାର ଥିବା ଜଣାପଡ଼ିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme