Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ଅଭିଯୁକ୍ତ

Posted on December 20, 2025

 ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ବୀରମିତ୍ରପୁର ପୁଲିସ ଗିରଫକରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛନ୍ତି କୁମଝରିଆ ଅଞ୍ଚଳର କୁଲଦୀପ ହାଁସଦା।

ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲେ। ଜୁନ୍‌ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଭୟରେ ଛାତ୍ରୀଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।

ଦୁଇଦିନ ଆଗରୁ ପେଟବ୍ୟଥା ହେବାରୁ ଛାତ୍ରୀଙ୍କ ପରିବାରଲୋକେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷାପରେ ଛାତ୍ରୀ ପାଞ୍ଚମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ପଚାରିବାରୁ ଛାତ୍ରୀ ସବୁକଥା କହିଥିଲେ। ଗୁରୁବାର ରାତିରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦିଆଯାଇଥିଲା ।

ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗ ୬୧୬/୧୮ ପୋକ୍ସୋ ଧାରାରେ ଏକ ମାମଲା ରୁଜୁକରି ତାଙ୍କ ଗାଁରେ ଚଢ଼ଉକରି ଅଭିଯୁକ୍ତକୁ ଗିରଫ କରିଥିଲେ। ଶୁକ୍ରବାର ଅଭିଯୁକ୍ତକୁ ଡାକ୍ତରୀମାଇନା ଓ କୋର୍ଟଚାଲାଣ କରାଯାଇଥିବାବେଳେ ପୀଡ଼ିତାଛାତ୍ରୀଙ୍କୁ ରାଉରକେଲା ସଖୀଘରେ ରଖାଯାଇଛି ବୋଲି ଥାନାଧିକାରୀ ଶ୍ରୀ ନାଗ ସୂଚନା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme