Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦଳାଚକଟା ମାମଲାରେ ବିଜୟଙ୍କୁ ହାଇକୋର୍ଟର ଭର୍ତ୍ସନା

Posted on October 4, 2025

ଟିଭିକେ (ତାମିଲଗା ଭେଟ୍ରି କଝଗମ୍) ମୁଖ୍ୟ ଓ ଅଭିନେତା ବିଜୟ ଥାଲାପତିଙ୍କୁ ମାଡ୍ରାସ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କରୁର ଜିଲ୍ଲାରେ ଦଳୀୟ ସମାବେଶ ସମୟରେ ଘଟିଥିବା ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ପରେ ହାଇକୋର୍ଟ ଏହି ମତ ଦେଇଛନ୍ତି।

ନ୍ୟାୟାଳୟ କହିଛି, ଦଳାଚକଟା ଘଟଣା ପରେ ବିଜୟ ଥାଲାପତି ଘଟଣାସ୍ଥଳରୁ ଫେରାର ହୋଇଯିବା ତାଙ୍କ ଲୋକପ୍ରିୟ ନେତା ଭାବରେ ଦାୟିତ୍ୱହୀନ ମନୋଭାବକୁ ପ୍ରକାଶ କରେ। ସେପଟେ, ଟିଭିକେ ପକ୍ଷରୁ ଘଟଣାକୁ ନେଇ କୌଣସି ଦୁଃଖ ପ୍ରକାଶ କିମ୍ବା ମୃତକ ପରିବାରଙ୍କ ପାଇଁ ସମବେଦନା ଦେବା ହୋଇନଥିଲା ବୋଲି ଆଦାଲତ ଆପତ୍ତି ଜଣାଇଛି।

ମଦୁରାଇ ଖଣ୍ଡପୀଠ ମଧ୍ୟ ପ୍ରଶାସନଙ୍କ ଉପରେ ମଧ୍ୟ ଅଙ୍ଗୁଳି ଉଠାଇ କହିଛନ୍ତି, ବିଜୟ ଥାଲାପତିଙ୍କ ପ୍ରତି ପୋଲିସ ଓ ପ୍ରଶାସନ ଅତ୍ୟଧିକ ନରମ ମନୋଭାବ ଦେଖାଉଛି। ତେଣୁ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଆଇପିଏସ ଅଧିକାରୀ ଅସରା ଗର୍ଗଙ୍କ ନେତୃତ୍ୱରେ ଏକ ବିଶେଷ ତଦନ୍ତ ଦଳ (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ପ୍ରଶ୍ନ କରିଛନ୍ତି — “ଏଫଆଇଆରରେ ଟିଭିକେ ମୁଖ୍ୟ ବିଜୟ ଥାଲାପତିଙ୍କ ନାମ କାହିଁକି ନାହିଁ?” ଏହାକୁ ନେଇ ପୋଲିସକୁ ସଠିକ୍ ବ୍ୟାଖ୍ୟା ଦେବାକୁ ଆଦେଶ ଦିଆଯାଇଛି।

ସେପଟେ, ଟିଭିକେ ନେତା ବୁସ୍ସି ଆନନ୍ଦ ଓ ସିଟିଆର ନିର୍ମଳ କୁମାରଙ୍କ ଆଗୁଆ ଜାମିନ ଆବେଦନ ଉପରେ ମଦୁରାଇ ଖଣ୍ଡପୀଠ ତାହାର ଆଦେଶ ସଂରକ୍ଷିତ ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme