Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦକ୍ଷିଣ ଆଫ୍ରିକାରେ ଗୌତମ ଅଦାନୀଙ୍କୁ ବିରୋଧ

Posted on December 17, 2025

ଦକ୍ଷିଣ ଆଫ୍ରିକାରେ କାରବାର କରିବେ ଗୌତମ ଅଦାନୀ । କ୍ଲିନ୍ ଚିଟ୍ ଦେଇଛନ୍ତି ସରକାର । କିନ୍ତୁ ସାଧାରଣ ଲୋକଙ୍କ ବିରୋଧ । ବିଦେଶୀ କମ୍ପାନୀ ହାତରେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସମ୍ବଳକୁ ଟେକିଦେବା ନିଷ୍ପତ୍ତିକୁ ଆଫ୍ରିକୀୟ ବିରୋଧ କରିଛନ୍ତି ।

ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାର ଜାତୀୟ ଟ୍ରାନ୍ସମିସନ୍ ଗ୍ରୀଡ୍ ପ୍ରକଳ୍ପ ପାଇଁ ଅଦାନୀ ଗ୍ରୁପ୍ ଆଗ୍ରହୀ ଥିଲା । ଏଥିପାଇଁ ଟେଣ୍ଡର ମଧ୍ୟ ଭରିଥିଲା । ଯାହାର ଦାମ୍ ରହିଛି ୨୬ ବିଲିୟନ ୟୁଏସ ଡଲାର । ଅଦାନୀ ଗ୍ରୁପ୍ ସହ ଅନ୍ୟ ୬ ଜଣଙ୍କୁ ଦକ୍ଷିଣ ଆଫ୍ରିକାର ବିଭିନ୍ନ ପ୍ରକଳ୍ପ ସମ୍ଭାଳିବାକୁ ଦାୟିତ୍ୱ ମିଳିଛି ।

ଘଟଣାକୁ ନେଇ ଦକ୍ଷିଣ ଆଫ୍ରିକାର ଶକ୍ତିମନ୍ତ୍ରୀ ଗୋସିଏଣ୍ଟସୋ ରାମୋକଗୋପା କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ପାଇଁ ବିକାଶ ହେବ । ପ୍ରେଟୋରିଆରେ ଶକ୍ତି କ୍ଷେତ୍ରରେ ନୂଆ ଆରମ୍ଭ ହେବ । ଏହାସହ ଦେଶରେ ବିତ୍ୟୁତ ଶିଳ୍ପରୁ ଆଧୁନିକୀକରଣ କରାଯାଇପାରିବ । ଶକ୍ତି କ୍ଷେତ୍ରରେ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଗୋଟିଏ ଦିଗରେ ଆଫ୍ରିକୀୟ ସରକାର ବିଦେଶୀ କମ୍ପାନୀର ଏଣ୍ଟ୍ରିକୁ ପ୍ରଶଂସା କରୁଥିବା ବେଳେ ସାଧାରଣ ଲୋକେ କିନ୍ତୁ ନାରାଜ୍ । ବାହାର ଦେଶର କମ୍ପାନୀକୁ ସେଠାକାର ଲୋକେ ବିଶ୍ୱାସକୁ ନେଇ ପାରୁ ନାହାଁନ୍ତି । ଆଗକୁ ସେମାନଙ୍କ ଅଧିକାରକୁ ହନନ କରାଯିବ ଏବଂ ସେମାନଙ୍କୁ ,ଶୋଷଣ କରାଯିବ ବୋଲି ସାଧାରଣ ଲୋକେ କହୁଛନ୍ତି । କଣ ପାଇଁ ବିଦେଶୀ କମ୍ପାନୀକୁ ଟେଣ୍ଡର ଭରିବା ପାଇଁ ଅନୁମତି ମିଳିଲା ବୋଲି ସେମାନେ ସୋସିଆଲ ମିଡିଆରେ ପ୍ରଶ୍ନ କରୁଛନ୍ତି ।

ଡରବାନରେ ରହୁଥିବା ସିଫିସୋ ଜୋଣ୍ଡୋ କହିଛନ୍ତି ଯେ, ସରକାର ସବୁ ଜିନିଷ ନିଲାମ କରିଦେବେ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଦେଶୀ ନିବେଶକଙ୍କୁ କଣ ପାଇଁ ପ୍ରବେଶ ଅନୁମତି ମିଳୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ କେହି ୟୁଜର ଦକ୍ଷିଣ ଆଫ୍ରିକା ପାଖରେ ଭଲ ବ୍ୟବସାୟୀ ଅଛନ୍ତି । ଘରୋଇ କମ୍ପାନୀ ହାତରେ ପ୍ରକଳ୍ପ କାମ ଲୋକଙ୍କ ଭରସା ଜିତିପାରିବ ବୋଲି କହିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ସାଗର ସିଂ କହିଛନ୍ତି ଯେ, ଅଦାନୀ କମ୍ପାନୀ ଖରାପ ନୁହେଁ । ଅଦାନୀ ପ୍ରାଇଭେଟ୍ ଲିମିଟେଡ୍ ପ୍ରକଳ୍ପ କାମ ନେଲା ପରେ ବିଦ୍ୟୁତ ବିଲ୍ ପୂର୍ବାପେକ୍ଷା କମ୍ ରହିବ । ବିଦ୍ୟୁକ କାଟ୍ ହ୍ରାସ ପାଇବ । ଯାହା ଦକ୍ଷିଣ ଆଫ୍ରିକାବାସୀଙ୍କ ପାଇଁ ଭଲ ପାଇଁ କରାଯାଇଥିବା ସେ ଯୁକ୍ତି ବାଢିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme