Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଥରୁଛି କୋରାପୁଟ, ୫ଂ ତଳକୁ ଖସିଲା ପାରଦ

Posted on December 11, 2025

ଜାଡ଼ରେ ଥରୁଛି କୋରାପୁଟ। ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ତଳକୁ ଖସିବା ପରେ କୋରାପୁଟର ରାଜୁଗୁଡ଼ାରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ରାଜୁଗୁଡ଼ା ଗ୍ରାମର ଧାନଖଳାରେ ଥିବା ଧାନ କେଣ୍ଡା ଉପରେ ମଙ୍ଗଳବାର ରାତିରେ ତୁଷାରପାତ ହୋଇଥିଲା। ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବା ପରେ ଖଳାରେ ଭିଡ଼ ଜମିଥିଲା। ପ୍ରବଳ ଜାଡ଼ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। କୋରାପୁଟ-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ରାଜୁଗୁଡ଼ା ଗାଁରେ ବୁଧବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ କରାଯାଇଛି। ପାରଦ ଦିନକୁ ଦିନ ଖସୁଥିବାରୁ ଭୋରରୁ ସକାଳ ୯ଟା ଏବଂ ସନ୍ଧ୍ୟାରେ ଲୋକେ ପଦାକୁ ବାହାରିବାକୁ ଡରୁଛନ୍ତି। ଶୀତଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ଘୋଡ଼ାଇବା ସହିତ ନିଆଁ ପାଖରେ ବସି ରହୁଛନ୍ତି। ଗ୍ରାମାଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଥିବା ଗାଁଗୁଡ଼ିକରେ ତାପମାତ୍ରା ଆହୁରି ତଳକୁ ଖସୁଥିବାରୁ ଜୀବନଯାତ୍ରା ବ୍ୟାହତ ହୋଇଛି।

ପାଣିପାଗ ବିଭାଗର ସୂଚନାନୁଯାୟୀ, କୋରାପୁଟ ଜିଲ୍ଲା ସଦର ମହକୁମାରେ ପାରଦ ୧୦.୭ ଡିଗ୍ରି ରହିଥିବା ବେଳେ ସେମିଳିଗୁଡ଼ାରେ ୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ହିଲ୍‌ ଷ୍ଟେସନ୍ ଭାବେ ରାଜ୍ୟର ଦୁଇଟି ସର୍ବନିମ୍ନ ପାରଦ ରେକର୍ଡ ମଧ୍ୟରେ ସେମିଳିଗୁଡ଼ା ରହିଛି। ୧୧ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ମଧ୍ୟମଧରଣର କୁହୁଡି ରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସେମିଳିଗୁଡ଼ା ସମେତ ପଟାଙ୍ଗି, ଲମତାପୁଟ, ଲକ୍ଷ୍ମୀପୁର ଅଞ୍ଚଳରେ ମଧ୍ୟ କମ୍ ତାପମାତ୍ରା ରହିଛି। ଡିସେମ୍ବର ପ୍ରଥମ ସପ୍ତାହରେ ଶୀତ ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଆଗକୁ ଆହୁରି ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶୀତର ମଜା ନେବା ପାଇଁ ବାହାର ରାଜ୍ୟ ଓ ଜିଲ୍ଲାର ହଜାର ହଜାର ପର୍ଯ୍ୟଟକ କୋରାପୁଟ ଅଭିମୁଖେ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଭୋଜିଭାତର ଆସର ଜମାଉଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme