Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Posted on December 25, 2025

 ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। 

ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ହେଲେ ମଧ୍ୟ ମା’ର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ତେଜନା ଯୋଗୁ ଚିକିତ୍ସାଳୟ ମାଲିକ ବାହାର ଗୁଣ୍ଡା ଲଗାଇ ଠେଲାପେଲା ଓ ଧକ୍କା ମାରି ବାହାର କରିଦେବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ। ଗୁଣ୍ଡାମାନେ କିଏ, ତାଙ୍କ ଫଟୋ ସିସି ଟିଭି ଫୁଟେଜରୁ ପୁଲିସ ଚିହ୍ନଟ କରୁ ବୋଲି ସେମାନେ ଦାବି କରିଛନ୍ତି।

ଏଣେ ସରକାରୀ ଡାକ୍ତରଙ୍କୁ ଘେରି ରହିଛନ୍ତି ସମ୍ପର୍କୀୟ। ଘଟଣାସ୍ଥଳରେ ଟାଉନ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme