
ଅଜଣା ଗାଡ଼ି ଧକ୍କାରେ ୨ ମୃତ । ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଲା ଏକ ଅଜଣା ଗାଡ଼ି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଭିତରେ ହିଁ ଯାତ୍ରୀ ୨ଜଣ ପ୍ରାଣ ହରାଇଛନ୍ତି ।
ମୃତକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକ ୨ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
