Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତିନି ଅନାଥ ଶିଶୁଙ୍କୁ କିଏ ହେବ ସାହା…

Posted on December 29, 2025

ଅଜଣା ରୋଗରେ ବାପା ଆରପାରିରେ। ବାପା ମରିବାର କିଛିଦିନ ପରେ ଜନ୍ମକଲା ମାଆ ଅନ୍ୟତ୍ର ଚାଲିଗଲେ। ଏବେ ତିନି ତିନିଜଣ ଶିଶୁ ପୁରା ଅନାଥ। ବଡଝିଅ କାନ୍ଧରେ ଦୁଇ ଭାଇଭଉଣିଙ୍କ ବୋଝ। ଦୁଇ ଭାଇଭଉଣିଙ୍କ ଶେବା କରିବା ସହ ଘରକାମ କରୁଛନ୍ତି। ଓଳିଏ ଖାଇଲେ ଓଳିଏ ଉପବାସ। ଏତେ ଦୁର୍ଦିନ ସତ୍ବେ ମଧ୍ୟ ତିନି ଭାଇ ଭଉଣି ପାଠପଢା ଛାଡି ନାହାଁନ୍ତି। ତିନି ଶିଶୁଙ୍କ ଦାଇତ୍ବ ସରକାର ନେବାପାଇଁ ଗ୍ରାମବାସୀ।ଙ୍କ ନିବେଦନ।

ଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକର କାଲବୁଦ୍ଧିଆ ଗ୍ରାମ। ଗ୍ରାମରେ ରୁହନ୍ତି ସୁକରାମଙ୍କ ପରିବାର। ସ୍ବାମି ସ୍ତ୍ରୀ ଓ ଦୁଇ ଝିଅ ଓ ଗୋଟିଏ ପୁଅରେ ସୁରୁଖୁରୁରେ ପରିବାର ଚାଲୁଥିଲା। କିନ୍ତୁ ଆଜକୁ ୫ ବର୍ଷ ପୁର୍ବେ ସୁକରାମଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଗଲା। ସ୍ବାମିର ମୃତ୍ୟୁର କିଛିଦିନ ପରେ ଜନ୍ମକଲା ମାଆ ତିନି ତିନି ଛୁଆଙ୍କୁ ଛାଡି ଅନ୍ୟତ୍ର ପଳାଇଗଲେ। ଏବେ ଘରେ କେବଳ ତିନି ତିନି ଜଣ କୋମଳମତି ଶିଶୁ ଅନାଥ ହୋଇ ରହିଗଲେ। ବାପା ବନାଇଥିବା ଅର୍ଧନିର୍ମିତ ଆଜବେଷ୍ଟ ଛପର ଓ ମାଟିକାନ୍ଥ ଘରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ତିନି ଶିଶୁ ମଧ୍ୟରୁ ବଡ ଝିଅ ଚମ୍ପା ଗାଗାରାଇ କାନ୍ଧରେ ଏବେ ଦୁଇ ଭାଇଭଉଣିଙ୍କ ବୋଝ। ବଡ ଝିଅ କାଲବୁଦ୍ଧିଆ ସ୍କୁଲରେ ଅଷ୍ଟମ ଶ୍ରେଣିରେ ପଢୁଛନ୍ତି। ପୁଅ ଦିତିୟ ଓ ସାନଝିଅ ପ୍ରଥମରେ ପଢୁଛନ୍ତି। ସବୁଠାରୁ ବଡକଥା ହେଲା ବାପା ମାଆ ଛେଉଣ୍ଡ ହେଲା ପରେ ମଧ୍ୟ ପାଠ ପଢା ଛାଡିନାହାଁନ୍ତି ତିନି ଭାଇଭଉଣି। ବଡଭଉଣି ଦୁଇ ଭାଇଭଉଉଣିଙ୍କୁ ଉଭୟ ବାପା ମାଆର ସ୍ନେହ ଦେଇ ଲାଳନପାଳନ କରୁଛି।
ଭିଓ-୦୨-ବଡଝିଅ ଚମ୍ପା ଏବେ ରୋଷେଇ ବାସ ଠାରୁ ଆରମ୍ଭ କରି ଘର ଝାଡୁ କରିବା,ପାଣି ଆଣିବା, ଘର ଲିପାପୋଛା,ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବା ଓ ଏହା ସହ ଦୁଇ ଭାଇଭଉଣିଙ୍କ ଯତ୍ନ ମଧ୍ୟ ନେଉଛନ୍ତି। ଏପରିକି ସମୟ ମିଳିଲେ ପରର ମୁଲ ମଜୁରୀ ମଧ୍ୟ କରୁଛନ୍ତି। ଯାହା ମିଳୁଛି ସେତିକିରେ ବହୁ କଷ୍ଟରେ କାଳତିପାତ କରୁଛନ୍ତି। କିନ୍ତୁ ସରକାରଙ୍କ କୌଣସି ସହାୟତା ମିଳୁନାହିଁ। ଏହି ତିନି ଅନାଥ ଶିଶୁଙ୍କୁ ସରକାରି ସହାୟତା ନିତ୍ୟାନ୍ତ ଜରୁରୀ ହୋଇପଡୁଛି। ତେଣୁ ଏମାାନଙ୍କୁ ରାସନ ସାମଗ୍ରୀ ଦେବାସହ ଥଇଥାନ କରାଇବା ପାଇଁ ଗ୍ରାମବାସୀ ନିବେଦନ କରୁଛନ୍ୟତି।
ଫାଭିଓ- ସରକାରଙ୍କ ମାଳ ମାଳ ଯୋଜନା। କିନ୍ତୁ ସେ ସବୁଥିରୁ ବଞ୍ଚିତ ଏହି ତିନି ଶିଶୁ। ସରକା ଏହି ତିନି ଶିଶୁଙ୍କୁ ତୁରନ୍ତ ଥଇଥାନ କରିବା ସହ ଏମାନଙ୍କ ପାଠପଢା ଦାଇତ୍ବ ନେଲେ କୋମଳମତି ଶିଶୁଙ୍କ ଭାଗ୍ୟ ବଦଳି ଯାଆନ୍ତା। ତେବେ ସରକାର କଅଣ ବ୍ୟବସ୍ଥା କରୁଛନ୍ତି ଏହି ଅସହାୟ ଶିଶୁଙ୍କ ପ୍ରତି ତାହାହିଁ ଦେଖିବାକୁ ବାକି ରହିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme