Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳସାରୀ ବେଳାଭୂମିରୁ ୧୫୬ ଲିଟର ବିଦେଶୀ ମଦ ଜବତ; ୨ ବେପାରୀ ଫେରାର୍

Posted on September 26, 2025

ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରୀ ବେଳାଭୂମିରେ ବଙ୍ଗୀୟ ନିଶା ବେପାରୀଙ୍କ ଦୌରାତ୍ମ୍ୟ। ଖୁଲମଖୁଲା କରୁଥିଲେ ନିଶା ବେପାର। ଚଢାଉ କଲା ସାମୁଦ୍ରିକ ଥାନା ପୁଲିସ। ତାଳସାରୀ ବେଳାଭୂମିରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ୨ଟି ସ୍ଥାନରେ ଚଢାଉ କରି ୧୫୬ ଲିଟର ବିଦେଶୀ ମଦ ଜବତ କରିଛି। ପୁଲିସ ପଞ୍ଝାରୁ ୨ ଜଣ ବେପାରୀ ଖସିଯିବାରେ ସଫଳ ହୋଇଛନ୍ତି। 

ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମନୋରମ ବେଳାଭୂମି ଉଦୟପୁର ସୀମାରେ ରହି କିଛି ଅସାଧୁ ବ୍ୟବସାୟୀ ନିଶା କାରବାର ଚଳାଇଥିଲେ। ଏନେଇ ଖବର ପାଇବା ପରେ ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। ପୁଲିସ ୨ଟି ସ୍ଥାନରେ ଚଢାଉ କରି ୧୫୬ ଲିଟର ବିଦେଶୀ ମଦ ଜବତ କରିଛି। ପୁଲିସ ପଞ୍ଝାରୁ ଖସି ୨ ଜଣ ବେପାରୀ ପଶ୍ଚିମବଙ୍ଗ ପଟକୁ ଫେରାର୍ ହୋଇଯାଇଛନ୍ତି। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବେଳାଭୂମିକୁ ସ୍ୱଚ୍ଛ ଓ ନିଶାମୁକ୍ତ ରଖିବା ପାଇଁ ଏଭଳି ଚଢାଉ ଜାରି ରହିବ ବୋଲି ତାଳସାରୀ ସାମୁଦ୍ରିକ ଥାନା ଅଧିକାରିଣୀ କହିଛନ୍ତି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme