
ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରୀ ବେଳାଭୂମିରେ ବଙ୍ଗୀୟ ନିଶା ବେପାରୀଙ୍କ ଦୌରାତ୍ମ୍ୟ। ଖୁଲମଖୁଲା କରୁଥିଲେ ନିଶା ବେପାର। ଚଢାଉ କଲା ସାମୁଦ୍ରିକ ଥାନା ପୁଲିସ। ତାଳସାରୀ ବେଳାଭୂମିରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ୨ଟି ସ୍ଥାନରେ ଚଢାଉ କରି ୧୫୬ ଲିଟର ବିଦେଶୀ ମଦ ଜବତ କରିଛି। ପୁଲିସ ପଞ୍ଝାରୁ ୨ ଜଣ ବେପାରୀ ଖସିଯିବାରେ ସଫଳ ହୋଇଛନ୍ତି।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମନୋରମ ବେଳାଭୂମି ଉଦୟପୁର ସୀମାରେ ରହି କିଛି ଅସାଧୁ ବ୍ୟବସାୟୀ ନିଶା କାରବାର ଚଳାଇଥିଲେ। ଏନେଇ ଖବର ପାଇବା ପରେ ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। ପୁଲିସ ୨ଟି ସ୍ଥାନରେ ଚଢାଉ କରି ୧୫୬ ଲିଟର ବିଦେଶୀ ମଦ ଜବତ କରିଛି। ପୁଲିସ ପଞ୍ଝାରୁ ଖସି ୨ ଜଣ ବେପାରୀ ପଶ୍ଚିମବଙ୍ଗ ପଟକୁ ଫେରାର୍ ହୋଇଯାଇଛନ୍ତି। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବେଳାଭୂମିକୁ ସ୍ୱଚ୍ଛ ଓ ନିଶାମୁକ୍ତ ରଖିବା ପାଇଁ ଏଭଳି ଚଢାଉ ଜାରି ରହିବ ବୋଲି ତାଳସାରୀ ସାମୁଦ୍ରିକ ଥାନା ଅଧିକାରିଣୀ କହିଛନ୍ତି।

